ଦକ୍ଷିଣ ଦିନାଜପୁରର ବଂଶୀହରି ଏରିଆର ଗୋଟେ ଟୋଟୋ ଚାଳକ ନିଜ ପ୍ରେମୀ ସହିତ ବାହା ହୋଇଗଲେ । ଏହି ଘଟଣାରେ ପୁରା ଗ୍ରାମ ସ୍ତବ୍ଧ ହୋଇଯାଇଛି । ଦୁଇ ବର୍ଷ ପୂର୍ବରୁ ରାୟଗଞ୍ଜ ଉତ୍ତର ଦିନାଜପୁରର କସବା ଏରିଆର ନିବାସୀ ଗୌତମ ସରକାର ଫେସବୁକ ମାଧ୍ୟମରେ ଟୋଟୋ ଚାଳକର ସ୍ତ୍ରୀ ସହିତ ବନ୍ଧୁତ୍ୱ କରିଥିଲେ । ଦୁଇଜଣଙ୍କ ମଧ୍ୟରେ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପିତ ହୋଇଗଲା ।

ଟୋଟୋ ଚାଳକ ଘରୁ ବାହାରିଗଲା ପରେ ଦୁଇଜଣ ମିଶୁଥିଲେ । ଏହି ବିଷୟରେ ଗ୍ରାମ ଲୋକଙ୍କ ସହିତ ଟୋଟୋ ଚାଳକକୁ ମଧ୍ୟ ଜଣାପଡିଗଲା କିନ୍ତୁ ସେ ନିଜ ସ୍ତ୍ରୀ ସହିତ ଏହି ବିଷୟରେ କଥା ହେବାକୁ ଚାହୁଁନଥିଲା, କାହିଁକିନା ତାଙ୍କର ସ୍ତ୍ରୀ ତା ସହିତ ଝଗଡା କରିଦିୟନ୍ତା ଓ ସେ ସ୍ତ୍ରୀ ସହିତ ଝଗଡା କରିବାକୁ ଚାହୁଁନଥିଲା ।

ଗୁରୁବାର ଦିନ ଦ୍ବିପହରରେ ଯେତେବେଳେ ଟୋଟୋ ଚାଳକ ବାହାରକୁ ଯାଇଛି ତେବେ ଗୌତମ ତାର ସ୍ତ୍ରୀ ସହିତ ମିଶିବାପାଇଁ ଟୋଟୋ ଚାଳକର ଘରକୁ ଆସିଗଲା । ଏହି କଥା କାରଣରୁ ପୁରା ଗ୍ରାମ ଲୋକ ମିଶି ଦୁଇଜଣଙ୍କୁ ରୁମରେ ବନ୍ଦ କରି ବାହାରୁ ତାଲା ପକେଇଦେଲେ । ଯେତେବେଳେ ସେ ଘରେ ପହଁଚିଲା ତାକୁ ସବୁକଥା ବୁଝାପଡିଗଲା । କିଛି ସମୟ ପର୍ଯ୍ୟନ୍ତ ସେଠାରେ ଛିଡା ହେଲା ଓ ତାର ଆଖିରେ ଲୁହ ଭର୍ତି ହୋଇଯାଇଥିଲା । ତା’ପରେ ସେଠାରେ ପୋଲିସ ପହଂଚି ଦୁଇଜଣଙ୍କୁ ବାହାରକୁ କାଢିବାପାଇଁ ଚେଷ୍ଟା କଲା ।

ଅବସ୍ଥା ଖରାପ ହେବାର ଦେଖି ଟୋଟୋ ଚାଳକ ନିଜ ସ୍ତ୍ରୀର ବାହାଘର ତାର ପ୍ରେମୀ ଗୌତମ ସହିତ କରେଇଦେଲା । ଟୋଟୋ ଚାଳକ ଏହା ବୁଝିଯାଇଥିଲା କି ସ୍ତ୍ରୀ ଏବେ ମୋ ସହିତ ଖୁସି ରହିପାରିବ ନାହିଁ, ଏଥିପାଇଁ ସେ ଏମିତିକା ପଦକ୍ଷେପ ଉଠେଇଥିଲା । ପୋଲିସ ଗାଡ଼ିରେ ବସି ସେ ସୁହାଗୀର ଚିହ୍ନ ଶଙ୍ଖା ପିନ୍ଧେଇଲା ଓ ପ୍ରେମୀ ହାତରୁ ସିନ୍ଦୁର ଲଗେଇ ପଠେଇଦେଲା ।