ଦେଶରେ ମୋଦି ସରକାର ବିଜୟଲାଭ କଲାପରେ ବହୁତ ବଡ ପରିବର୍ତନ ଆସିଛି ମୋଦି ସରକାର ଚିନ୍ତା କରୁଛନ୍ତି । ଯେ ଦେଶର ୧୬ କୋଟି ପରିବାରଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେବା ପାଇଁ ଦେଶର ଅତିରିକ୍ତ ୧୬ କୋଟି ୩୦ ଲକ୍ଷ ପରିବାରକୁ ସବସିଡିରେ ଚିନି ଦେବାକୁ ଯୋଜନା କରୁଛନ୍ତି । ସାର୍ବଜନିକ ବିତରଣ ପ୍ରଣାଳୀ ବା ପିଡ଼ିଏସ ଜରିଆରେ ଏହି ସବୁ ପରିବାରକୁ ୧ କିଲୋଗ୍ରାମ ଚିନି ସବସିଡି ମୂଲ୍ୟରେ ଉପଲବ୍ଧ କରାଯିବ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖାଦ୍ୟ ମନ୍ତ୍ରାଳୟ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଏହି ସବସିଡି ଯୁକ୍ତ ଚିନି ଉପଲବ୍ଧ କରାଇବାକୁ ସୁପାରିଶ କରିଥିଲା ।
ଯାହାକୁ ନେଇ କ୍ୟାବିନେଟ ମନ୍ତ୍ରାଳୟକୁ ଏହି ବିତରଣ କରାଯିବାର ପ୍ରକ୍ରିୟା ବାବଦରେ ରିପୋର୍ଟ ମାଗିଛି । ପିଡ଼ିଏସ ସମ୍ବଧିତ ଖାଦ୍ୟ ପଦାର୍ଥ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଯୋଗାଣ କରିଥାଏ । ବର୍ତ୍ତମାନ ସରକାର ଅନ୍ତୋଦୟ ଅନ୍ନ ଯୋଜନାରେ ପାଖାପାଖି ୨.୫ କୋଟି ପରିବାରକୁ କିଲୋ ପ୍ରତି ୧୩ ଟଙ୍କା ୫୦ ପଇସା ମୂଲ୍ୟରେ ଚିନି ଯୋଗାଉଛି ।
ଯଦି ଏହି ତାଲିକାରେ ଅତିରକ୍ତ ୧୬ କୋଟି ପରିବାରକୁ ସାମିଲ କରାଯାଏ ତେବେ ସରକାରୀ ଅର୍ଥବ୍ୟବସ୍ଥା ଉପରେ ୪ହଜାର ୭୨୭ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।