କଳାଜାଇ ଏହି ସ୍ଥାନରେ ଥିଲେ ଅଶୁଭ ହୋଇପାରେ ଏପରି ଘଟଣା।

କେଉଁ ସ୍ଥାନରେ କଳାଜାଈ ଥିଲେ ଶୁଭ ଓ ଅଶୁଭ ତାହା ମଧ୍ୟ ସମୁଦ୍ର ଶାସ୍ତ୍ରରେ କୁହାଯାଇଛି । ସମୁଦ୍ରଶାସ୍ତ୍ର ଅନୁସାରେ ବ୍ୟକ୍ତିର ମୁହଁର ବାମ ପାର୍ଶ୍ବରେ କଳାଜାଈ ରହିଥାଏ, ତାହା ଅଶୁଭ ହୋଇଥାଏ । ଏମାନଙ୍କୁ ଦାମ୍ପତ୍ୟ ଜୀବନର ବିଭିନ୍ନ ସମସ୍ୟାର ସାମ୍ନାକୁ କରିବାକୁ ପଡିଥାଏ । ବେକ ବା କାନ୍ଧର ଜୋଡ ନିକଟରେ କଳାଜାଈ ଥିଲେ ତାହା ଶୁଭଫଳ ଦେଇନଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି ।

କିନ୍ତୁ ବେକ ପଛରେ କଳାଜାଈ ଥିବା ଶୁଭ ବୋଲି କୁହାଯାଏ । ସେହିପରି ବେକର ସମ୍ମୁଖ ଭାଗରେ କଳାଜାଈ ଥିଲେ, ବ୍ୟକ୍ତି ଦୀର୍ଘାୟୁ ହେବା ସେମାନଙ୍କ ସ୍ବର ସୁମଧୁର ହୋଇଥାଏ । ନାକର ବାମ ଅଂଶରେ କଳାଜାଈ ଥିଲେ, ସମୁଦ୍ରଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଇଛି । ସେହି ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ।

କାନ ନିକଟରେ ଥିବା କଳାଜାଈ ପାରିବାରିକ ଦୃଷ୍ଟିରୁ ଶୁଭ ହୋଇନଥାଏ । ପାରିବାରିକ ଦାୟିତ୍ବ ଏବଂ ଦାମ୍ପତ୍ୟରେ ଏମାନଙ୍କ ରୁଚି କମ ଥାଏ । ଯେଉଁମାନଙ୍କର ଉଭୟ କାନ୍ଧରେ କଳାଜାଈ ରହିଥାଏ, ସେମାନଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡିଥାଏ । ସେମାନଙ୍କୁ କୌଣସି ସଫଳତା ସହଜରେ ହାସିଲ ହୋଇନଥାଏ । ମଣିବନ୍ଧରେ କଳାଜାଈ ଥିଲେ ଜେଲ ଯିବାର ସମ୍ଭାବନା ରହିଥାଏ ।

ଏହାକୁ ସମୁଦ୍ର ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଏ । ପାଦର ଅଙ୍ଗୁଳରେ କଳାଜାଈ ରହିବା ଅଶୁଭ ବୋଲି କୁହାଯାଏ । ଏହି ବ୍ୟକ୍ତିମାନେ ଜୀବନରେ ନିଜ ବିବେକର ବ୍ୟବହାର ବହୁତ କମ୍ କରିଥାଆନ୍ତି । ସେମାନେ ଅନ୍ୟ ବୁଦ୍ଧି କାର୍ଯ୍ୟ କରିଥାଆନ୍ତି ।

Leave a Reply