ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଫନୀ ର କରାଳ ରୁପ ସର ଓଡିଶା ଦେଖିଛି ଓ ଏହାର ପ୍ରଭାଵ ସାରା ସାରା ଓଡିଶା କୁ ଭୋଗିବାକୁ ପଡୁଛି।
ଓଡ଼ିଶାରେ ବାତ୍ୟା ଫନୀ ପରେ, ଓଡ଼ିଶାର ବିଜୁଳି ସମସ୍ୟାକୁ ନେଇକରି ନାସା ଦ୍ୱାରା ସ୍ୟାଟେଲାଇଟ୍ ଫଟୋ ସେୟାର କରାଯାଇଛି ଏବଂ ନାସା ଫଟୋ ସେୟାର କରି ଲେଖିଛିଯେ, “ମଇ ୨୦୧୯ ପୂର୍ବରୁ ଭାରତର ରାଜ୍ୟ ଓଡିଶାରେ ସାମୁଦ୍ରିକ ଝଡ଼ ଫନୀ ୧୯୯୯ ପରେ ଦେଶରେ ଆସିଥିବା ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ଭାବରେ ଦେଖାଯାଉଛି। ଘୂର୍ଣ୍ଣିବାତ୍ୟା ୨୦୦ କିଲୋମିଟର (୧୨୦ ମାଇଲ୍ ) ପ୍ରତି ଘଣ୍ଟା ବେଗରୁ ଅଧିକ ବେଗରେ ଲ୍ୟାଣ୍ଡଫଲ କରିଥିଲା। ତାହା ଥିଲା ୩ ମଇର ପ୍ରାତଃକାଳ।

ବାତ୍ୟାରେ ଅନେକ ଲୋକଙ୍କର ଜୀବନହାନୀ ଘଟିଥିବା ବେଳେ ପୁରୀ, ଭୁବନେଶ୍ଵର, କଟକ ଏବଂ ଖୋର୍ଦ୍ଧା ସହରଗୁଡ଼ିକରେ ଳକ୍ଷାଧିକ ଲୋକମାନଙ୍କୁ ବେଘର କରିଦେଇଛି। ବାତ୍ୟା କାରଣରୁ ଅନେକ ଦିନ ପର୍ଯ୍ୟନ୍ତ ବିଜୁଳୀ ବିନା ୩୫ ଲକ୍ଷ ଘର ଅନ୍ଧାରରେ, ଫନୀରେ ଶକ୍ତିବିଭାଗର ଭିତ୍ତିଭୂମି ଏବଂ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଯାଇଛି।” ଏହି ଫଟୋ ନାସା ଟ୍ୱିଟରରେ ସେୟାର କରି ଲେଖିଛିକି “ଓଡିଶାର ଫନୀ ପ୍ରଭାବିତ ସବୁଠାରୁ ପ୍ରଭାବିତ କ୍ଷେତ୍ରରେ ବିଜୁଳି ନଥିବାର ଦୃଶ୍ୟ ଦେଖାଯାଉଛି। ୩୦ ଅପ୍ରିଲ (ବାତ୍ୟା ପୂର୍ବରୁ) ଏବଂ ୫ ମଇ, ୨୦୧୯, ଫନୀ ଲ୍ୟାଣ୍ଡଫଲ କରିବାର ଦୁଇ ଦିନ ପରେ ସହରର ରଶ୍ମୀ ଦେଖାଯାଉଛି।

ଏହି ବାତ୍ୟାରେ ଅନେକ ଟ୍ରାନ୍ସମିଶନ ଟାୱାରକୁ ନଷ୍ଟ କରିଦେଇଛି ଫନି ଏବଂ ୧,୫୬,୦୦୦ ବିଜୁଳି ଖମ୍ବ ଉପୁଡ଼ିଯାଇଛି।” ଉପର ଫଟୋ ଭୁବନେଶ୍ଵର, ତଥା ଓଡ଼ିଶାର ରାଜଧାନୀର। ୮ ମଇରେ ମିଡ଼ିଆ ରିପୋର୍ଟ୍ସ ମୁତାବିକ, ସହରରେ କେବଳ କିଛି ପ୍ରତିଶତ ଲୋକଙ୍କ ନିକଟରେ ବିଜୁଳି ପହଁଚି ପାରିଛି।

ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଯାତ୍ରୀ ଟର୍ମିନାଲକୁ ବହୁତ କ୍ଷତି ପହଁଚିଛି। ଏପରିକି ବିମାନ ଯାତାୟାତ ନିୟନ୍ତ୍ରଣ ଟାୱାବର ଛତ ଉଡ଼ିଯାଇଥିଲା। ତଳେ ଥିବା ଫଟୋରେ ଓଡିଶାର ଦ୍ୱିତୀୟ ସବୁଠାରୁ ବଡ଼ ସହର କଟକରେ ରାତ୍ରିର ରଶ୍ମୀ ଦେଖାଯାଉଛି।