ଏହି କାରଣରୁ ପାକିସ୍ତାନ କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ରେ ନିମନ୍ତ୍ରଣ ଦିଆଗଲା ନାହିଁ।

ଆଉ ଦିନକ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ପ୍ରାୟ ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ ା ଶପଥ ଗ୍ରହଣ ପରେ ୩୧ ତାରିଖରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ।

ମିଳିଥିବା ସୂଚନା ମୁତାବକ ଏଥର ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ବିମଷ୍ଟେକ ସଂଗଠନର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବିମଷ୍ଟେକ ହେଉଛି ବାଂଲାଦେଶ, ଭାରତ,ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆ, ନେପାଳ ଓ ଭୁଟାନ ମଧ୍ୟରେ ଥିବା ଏକ ସଂଗଠନ । ଏହି ସମାରୋହକୁ କିରଗୀଜସ୍ଥାନ ରାଷ୍ଟ୍ରପତି ଓ ମରିସସ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

୨୦୧୪ରେ ମୋଦି ନିଜର ଶପଥ ଗ୍ରହଣ ସମାରୋହ ପାଇଁ ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେଥର ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଭାରତ ଆସିଥିଲେ ।

କିନ୍ତୁ ଏଥର ପାକିସ୍ତାନକୁ ନ ଡାକି ମୋଦି ସୂଚାଇ ଦେଇଛନ୍ତି ଯେ ସଂପର୍କ ସୁଧାରିବାକୁ ପାକିସ୍ତାନକୁ ଆହୁରି ଅନେକ କିଛି କରିବାକୁ ହେବ ।

Leave a Reply