ମୁଖ୍ୟମନ୍ତ୍ରୀ ଶପତ ଗ୍ରହଣ ପରେ ଏତିକି ଲକ୍ଷଚାଶି ଙ୍କୁ ମିଳିବ କାଳିଆ ଟଙ୍କା

ନବୀନ ପଟ୍ଟନାୟକ ଲାଗୁ କରିଥିବା କାଳିଆ ଯୋଜନା ରେ ପ୍ରଥମ ଥର କିସ୍ତି ରେ 5ଲକ୍ଷ ଚାଷୀ କାଳିଆ ଟଙ୍କା ମିଳିସାରିଛି। ନିର୍ବାଚନ ପ୍ରଚାରବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ନବୀନ ପଟ୍ଟନାୟକ ।

ଏମିତି ଭାବେ ଆସନ୍ତା ମେ’ ୨୯ ତାରିଖରେ ପଞ୍ଚମ ପାଳି ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ପାଳିର ପ୍ରଥମ ଦିନଟିକୁ ସ୍ମରଣୀୟ ତଥା ନିଆରା କରିବା ପାଇଁ ସଚିବାଳୟରୁ ନବୀନ ନିବାସ ପର୍ଯ୍ୟନ୍ତ ଚାଲିଛି କସ୍‌ରତ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିର୍ବାଚନ ପ୍ରଚାର ବେଳେ ନବୀନ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେଡି ସରକାର ଆସିବାର ପ୍ରଥମ ଦିନ ହିଁ କାଳିଆ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ମିଳିବ। ଏବେ ପ୍ରତିଶ୍ରୁତି ପାଳନ କରିବାର ସମୟ।

ପୁଣି ସେହିଦିନ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବେ ନବୀନ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ କ୍ଷତିଗ୍ରସ୍ତ ଲୋକଙ୍କ ଜୀବନଜୀବିକାକୁ ସ୍ବାଭାବିକ କରିବା ପାଇଁ ମଧ୍ୟ ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପ୍ରାୟ ୪୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍‌କୁ ‘କାଳିଆ’ ଯୋଜନାର ପ୍ରଥମ କିସ୍ତି ଅର୍ଥ ଦିଆସରିଛି। ନିର୍ବାଚନ କମିସନ୍‌ଙ୍କ କଟକଣା ଯୋଗୁଁ ବଳକା ଚାଷୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯାଇ ପାରି ନ ଥିଲା। ଏବେ ପାଖାପାଖି ୨୫ ଲକ୍ଷ ନୂଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ୨୯ ତାରିଖରେ ଶପଥ ଗ୍ରହଣ ଉତ୍ସବର କିଛି ଘଣ୍ଟା ପରେ ସଚିବାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆ‌ୟୋଜନ କରାଯାଇ ସେଠାରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ବଣ୍ଟନର ଶୁଭାରମ୍ଭ କରିବେ। ସେହିଦିନ ପ୍ରାୟ୬/୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ଟଙ୍କା ଯିବ। ପରବର୍ତ୍ତୀ ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍‌କୁ ପ୍ରଥମ କିସ୍ତି ଯିବ।

‘କାଳିଆ’ ଯୋଜନାରେ ସାମିଲ ହୋଇଥିବା ସବୁ ଚାଷୀଙ୍କୁ ଦ୍ବିତୀୟ କିସ୍ତିର ଟଙ୍କା ‌କେବେ ଯିବ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ତେବେ ଖୁବ୍ ଶୀଘ୍ର ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply