ଘଟଣା ହଉଚି ଗୁରୁଗ୍ରାମର, ଯେଉଁଠାରେ ପତ୍ନୀ ସହ ଝଗଡ଼ା ହେବା ପରେ କ୍ରୋଧରେ ଆସି ବାପା ନିଜ ୧୩ ବର୍ଷୀୟା ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ୍ ପୋସ୍କୋ ଆଇନ୍ ଅଧୀନରେଏକ ମାମଲା ରୁଜୁ କରିଛି।
ପୀଡ଼ିତା ନାବାଳିକାର ମାଆ ତାଙ୍କ ସ୍ୱାମୀଙ୍କ ବିରୋଧରେ ଗୁରୁବାର ସଂଧ୍ୟାରେ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଏବେ କେଉଁଆଡ଼େ ଫେରାର୍ ହୋଇ ଯାଇଥିବା ସୂଚନା ରହିଛି। ତାଙ୍କ ବିରୋଧରେ ଡିଏଲ୍ଏଫ୍୩ ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି।
୩୯ ବର୍ଷିଅ ଏହି ଅଭିଯୁକ୍ତ ଜଣକ ଜଣେ ଗାଡ଼ି ଚାଳକ ବୋଲି ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଛି । ତାଙ୍କ ପତ୍ନୀ ପର ଘରେ ଗୃହ ସହାୟିକା ଭାବେ କାମ କରି ଜୀବିକା ନିର୍ବାହ କରନ୍ତି। ପତି-ପତ୍ନୀଙ୍କ ଘର ପାଲଓ୍ଵାଲ୍ଠାରେ। ସେ ଗୁରୁଗ୍ରାମର ଡିଏଲ୍ଏଫ୍୩ ଅଞ୍ଚଳରେ ଭଡ଼ା ଘରେ ରହନ୍ତି।
କିଛି ଦିନ ତଳେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପତି ତାଙ୍କ ପତ୍ନୀଙ୍କୁ ଏକ ବୋତଲରେ ପିଟିଥିବା ପତ୍ନୀ ଅଭିଯୋଗ ଆଣିଛନ୍ତି। ପରେ ପତ୍ନୀ ଛାତ ଉପରକୁ ପଳାଇଥିଲେ। ସେ ସମୟରେ ବ୍ୟକ୍ତି ଜଣକ ରାଗରେ ଆସି ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।