ପ୍ରଧାନ ମନ୍ତ୍ରୀ ମୋଦି ଏବଂ ଡୋନାଲଡ ଟ୍ରମ୍ପ ଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଯହୁଁ ପୁଣି ଥରେ ଭାରତକୁ ଫାଇଦା ହବାକୁ ଯାଉଛି । ଭାରତ ସମେତ ଆଠଟି ଦେଶକୁ ପୁଣିଥରେ ଇରାନ ଠାରୁ କଞ୍ଚା ତୈଳ ଆମଦାନୀ କରିବା ରୁ ଛୁଟ ଦେଇପାରନ୍ତି । କିନ୍ତୁ ବର୍ତମାନ ଏହି ସବୁ ଦେଶ କୁ ମେଇ ମାସ ପର୍ଯ୍ୟନ୍ତ ଇରାନ ଠାରୁ କଞ୍ଚା ତୈଳ କିଣିବା ପାଇଁ ଅନୁମତି ମିଳିଛି ।

ଇରାନ ଏବଂ ଆମେରିକା ଦୁଇ ଦେଶ ମଧ୍ୟରେ ସମ୍ବଦ୍ଧ ଭଲ ନଥିବାରୁ ଗତବର୍ଷ କଞ୍ଚା ତୈଳ କିଣିବାରେ ରୋକ ଲଗେଇଥିଲା । ଆବଶ୍ୟକତା କୁ ଆଖିରେ ରଖି ନଭେମ୍ବର ରେ ଆମେରିକା ଭାରତ ସହ ଚୀନ ,ତୁର୍କୀ ,ଦକ୍ଷିଣ କୋରିଆ ,ଏବଂ ଜାପାନ ସମେତ ଏହି ୮ ଦେଶ କୁ ଇରାନ ଠାରୁ କଞ୍ଚା ତୈଳ କିଣିବାରେ ଛୁଟ ଦେଇଥିଲେ ।
ବିସ୍ଲେସକ ଅନୁସାରେ ଇରାନ ର ତୈଳ ସାମଗ୍ରୀ କୁ ଶୂନ୍ୟ କରିବା ରେ ସଫଳ ହୋଇପାରି ନାହିଁ। ଆମେରିକା ଇରାନ ରୁ କଞ୍ଚା ତୈଳ କମ କରିବା ପାଇଁ ଶାସ୍ତ୍ର ଦେଶକୁ ବଡ ଧରଣର ଛୁଟ ଦେଇପାରିବ ବୋଲି ଅନୁମାନ କରାଯାଉଛି । ଯଦି ଆମେରିକା ସବୁ ରିହାତି କୁ ରଦକରେ ତାହାହେଲେ ବଜାରରେ ସଙ୍କଟ ଦେଖାଯିବ ।ଏବଂ କଞ୍ଚା ତୈଳ ର ମୂଲ୍ୟ ୫ ରୁ ୧୦ ଡଲାର ପ୍ରତି ବେରେଲ ରେ ବଢ଼ିବାରେ ସୁନିଶ୍ଚିତ ।

ବିସ୍ଲେସଣକାରୀ ଙ୍କ କହିବା ଅନୁଯାଇ ଯଦି ଛୁଟ ର ନବୀକରଣ ନା କରାଯାଏ ତାହାହେଲେ ତୈଳ ବଜାରରେ ସମସ୍ୟା ଦେଖାଦେବ । ଏହାଦ୍ଵାରା ବହୁ ସଂଖ୍ୟାରେ କମ୍ପାନୀ ,ବ୍ୟାଙ୍କ ଏବଂ ସାଧାରଣ ନାଗରିକ ଉପରେ ପ୍ରଭାବ ପଡିପାରେ ।