ସାଙ୍ଗ ଭାବୁକ ହୋଇ କହିଥିଲେ-ତାର ସ୍ବପ୍ନ ଥିଲା ଗୋଟେ ଦିନ ପାକିସ୍ତାନ ବିରୁଦ୍ଧରେ ଏମିତି କିଛି କରିବାକୁ ତାହା କାମରେ କରିକି ଦେଖାଇଲା।

ମକରନା /ନଗୋର (ରାଜସ୍ତାନ) ଜିଲ୍ଲା,ପୁଂଚ ର ସାହାପୁରା ସେକ୍ଟର ରେ ନିଜ ଦେଶ ଭାରତ ମାତା କୁ ରକ୍ଷା କରିବାପାଇଁ ଜୁସରି ଗାଓଁ ର ଭାକର ବୟସ ୨୧ ସହିଦ ହୋଇଯାଇଛନ୍ତି।ସହିଦ ଙ୍କୁ ଭାରତର ସ୍ୱତନ୍ତ୍ର ବିମାନ ଯୋଗେ ରବିବାର ସନ୍ଧ୍ୟା ମୃତ ଶରୀରକୁ ଜୟପୁର ର ସେନା ହେଡ଼ କ୍ଵାଟର ର କୁ ଅଣାଯାଇଥିଲା।ଏବଂ ରାତ୍ର ୧୨ ତା ସମୟରେ ସହିଦ ଙ୍କ ନିଜ ଗାଁ କୁ ନିଆ ଯାଇଥିଲା । ଗାଁ ରେ ଥିବା ଆଇଟି କେନ୍ଦ୍ର ରେ ରଖାଯାଇଥିଲା ।

ଏବଂ ସୋମବାର ଦିନ ସେନା ଙ୍କୁ ସଂମାନ ସହ ଅନ୍ତିମ ସଂସ୍କାର କରାଯାଇଥିଲା। ୯ ଫେବୃଆରୀ ରେ ତାଙ୍କ ଭଉଣୀ ଙ୍କ ବିବାହ ହୋଇଥିଲା ତାହାର ୫ ଦିନ ପରେ ୧୪ ଫେବୃଆରୀ ରେ ହୋଇଥିବା ପୁଲବାମା ଆତଙ୍କୀ ହମଲା ଶୁଣି ସେହି ଦିନ ସନ୍ଧ୍ୟାରେ ଡିଉଟିରେ ଯୋଗ ଦେବା ପାଇଁ ପୁଂଚ ପହଂଚି ଯାଇଥିଲେ । ନାୟବ ସୁବେଦାର ଚୋୖନାରାମ କହିବା ଅନୁଯାଇ ଶନିବାର ସନ୍ଧ୍ୟା ରେ ପାକିସ୍ତାନ ତରଫରୁ ଗୋଲାବାରି କରିଥିଲେ। ଏକ ଜାଗାରେ ହିଁ ୨୮ ଟି ଗୋଲାବାରି କରିଥିଲେ ଫଳରେ ସେ ଆହତ ହୋଇଯାଇଥିଲେ ଏବଂ ବେହୋସ ମଧ୍ୟ ହୋଇଯାଇଥିଲେ ।

୨୭ ମାର୍ଚ୍ଚ ରେ ଘରେ ଉତ୍ସବ ଥିଲା କିନ୍ତୁ ସେ ଆସିବା ପାଇଁ ମନା କରିଥିଲେ କହିଥିଲେ ମୁ ବର୍ତମାନ ସୀମାରେ ନିୟୋଜିତ ଅଛି ମୁ ଘରକୁ ଆସିପାରିବିନି ।୧୭ ବର୍ଷ ୬ ମାସ ୧୧ ଦିନ ବୟସରେ ହିଁ ହରି ସେନା ରେ ଭର୍ତି ପାଇଁ ରାଲି ରେ ସାମିଲ ହୋଇଯାଇଥିଲେ ।ହରି ଙ୍କ ଠୁ ଦୁଇ ମିନଟ ରେ ଛୋଟ ଭାଇ ହରେନ୍ଦ୍ର ମଧ୍ୟ ସେନା ରେ ସିଲେକସନ ହୋଇଥିଲେ। ବର୍ତମାନ ସେ ୪ ଗ୍ରେନେଡଇର ସେଣ୍ଟର ଜବଲପୁର ରେ ନିୟୋଜିତ ଅଛନ୍ତି ।

ସହିଦ ଙ୍କ ପିଲା ଦିନ ସାଙ୍ଗ ରୂଷିରାଜ କହିଥିଲେ ଯେ ହରି ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି ତା ଭଳିଆ ସାଙ୍ଗ ପାଇଁ ମୁ ଗର୍ବ ଅନୁଭବ କରୁଛି । ଏବଂ ତାହାର ପିଲା ଦିନରୁ ହିଁ ଏହା ସ୍ବପ୍ନ ଥିଲା ଯେ ନିଜ ଦେଶ ଭାରତ ମାତା ପାଇଁ ସେବା କରିବା ଏବଂ ଶେଷରେ ଏହା ହିଁ କରିଥିଲା ବୋଲି ସହିଦ ଙ୍କ ସାଙ୍ଗ ଭାବୁକ ହୋଇ କହିଥିଲେ ।

Leave a Reply