ବନ୍ଦୀ ହୋଇଥିବା ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଜି ଘୋଷଣା କରିଛନ୍ତି । ପାଇଲଟଙ୍କୁ ଛାଡିବା ପାଇଁ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଭାରତକୁ କେତେକ ପ୍ରସ୍ତାବ ଦେଇଥିଲେ । ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଫୋନରେ କଥା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଥିଲେ। ଏହାସହ ପାଇଲଟ ଅଭିନନ୍ଦନଙ୍କୁ ଛାଡିବା ପାଇଁ କିଛି କେତେକ ସର୍ତ୍ତ ମଧ୍ୟ ରଖିଥିଲେ।
ପାଇଲଟଙ୍କୁ ନେଇ କୌଣସି ଚୁକ୍ତି ହୋଇପାରିବ ନାହିଁ ମନା କିରଦେଇଥିଲା ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଯଦି ପାଇଲଟଙ୍କର କୌଣସି କ୍ଷତି ହୁଏ ତେବେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସର୍ତକ କରିଥିଲା ଭାରତ। ଲଗାତାର ଭାବେ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରାଳୟ ତରଫରୁ ପତିକ୍ରିୟା ଆସୁଥିଲା ଯେ, ଏହି ସମୟରେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷ ହେବାର ସମୟ ଆସୁଛି । ଏସବୁ ଦେଖିବା ପରେ ପାକିସ୍ତାନ ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଗଲା।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଖୁସି ଖବର ଘୋଷଣା କରି କହିଲେ, ଆମେ ଶାନ୍ତି ଚାହୁଁଛୁ ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଆସନ୍ତାକାଲି ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ପାଇଲଟ ଅଭିନନ୍ଦନଙ୍କୁ ହସ୍ତାନ୍ତର କରାଯିବ ।