ପାକିସ୍ତାନରେ ଭାରତୀୟ ଫିଲ୍ମ ରିଲିଜ ହେବନାହିଁ ପାକିସ୍ତାନ ର ସରକାର କହିଛନ୍ତି।

ପାକିସ୍ତାନ ର POK ରେ ପଶି ଭାରତୀୟ ବାୟୁସେନା ବହୁତ ଗୁଡ଼ାଏ ଆତଙ୍କବାଦୀ ସଂଗଠନ କୁ ନଷ୍ଟ କରିଦେଲେ, ପାକିସ୍ତାନ ରେ ୫୦ କିଲୋମିଟର ଭିତରେ ପଶି ଆତଙ୍କୀ ସଙ୍ଘଟନ ସ୍ଥଳ କୁ ଉଡାଇଦେଲେ। ଭାରତ ପୁଲବାମା ହୋଇଥିବା ଆତଙ୍କୀ ହମଲାର ପ୍ରତିଶୋଧ ନେଲା । ପ୍ରତିନିଧି ମୁତାବକ ରାତ୍ର ପ୍ରାୟ ୩.୩୦ ଟା ସମୟରେ ବରତିୟ ବାୟୁ ସେନା ଏଲ ଓ ସି ପାଖରେ ଥିବା ଆତଙ୍କୀ ସ୍ଥଳ ରେ ୧୦୦୦ କିଲୋଗ୍ରାମ ର ବମ ପକାଇ ସମ୍ପୂର୍ଣ ଉଡାଇଦେଇଛନ୍ତି।

ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଆତଙ୍କବାଦୀ ତାଲିମ ଶିବିର ଧ୍ୱଂସ କରିଦେବା ପରେ ପାକିସ୍ତାନରେ ଭାରତୀୟ ଫିଲ୍ମ ରିଲିଜ ହେବନାହିଁ ବୋଲି ସେ ଦେଶର ସରକାର ମଙ୍ଗଳବାର କହିଛନ୍ତି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫାଓ୍ବାଦ ହୁସେନ୍‌ କହିଲେ, ଦେଶର ଫିଲ୍ମ ଏକ୍‌ଜିବିଟର ଆସୋସିଏଶନ୍‌ ଭାରତୀୟ ଫିଲ୍ମକୁ ବର୍ଜନ କରିବ। ‘ମେଡ-ଇନ୍‌-ଇଣ୍ଡିଆ ଆଡଭର୍ଟାଇଜ୍‌ମେଣ୍ଟ’କୁ ନିଷିଦ୍ଧ କରିବା ଲାଗି ମଧ୍ୟ ସେ ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟୋରି ଅଥରିଟି(ପିଇଏମ୍‌ଆରଏ)କୁ ପରାମର୍ଶ ଦେଇଛନ୍ତି।

Leave a Reply