ପାକିସ୍ତାନ ସପକ୍ଷରେ ମୁହଁ ଖୋଲିଲା ଚାଇନା ଏବଂ କହିଲା ଭାରତ ପାକିସ୍ତାନକୁ ବଦନାମ ନକରୁ , ବରଂ ……।

ପୁଲଓ୍ବାମା ଆକ୍ରମଣକୁ ନେଇ ଚାଇନା ଏବେ ମୁହଁ ଖୋଲିଚି କହିଲା ଏମିତି କିଛି ଯାହା ଆପଣଙ୍କୁ ଶୁଣିବାରେ ଟିକେ ଅଡୁଆ ଲାଗିବ । ଚାଇନା ର ଏମିତି ମନ୍ତବ୍ୟ ଯାହା ପାକିସ୍ତାନ ସପକ୍ଷରେ ଜଣ ପଡିଛି । ଭାରତ ପାକିସ୍ତାନକୁ ବଦନାମ କରିବା ପରିବର୍ତ୍ତେ ଭାରତ ନିଜ ଆତଙ୍କବାଦ ନିରୋଧୀ ନୀତିର ପୁନର୍ବିଚାର କରୁ ବୋଲି ସୋମବାର ଚାଇନାର ଏକ ସରକାରୀ ଗଣମାଧ୍ୟମ କହିଛି।

ଏଭଳି ଏକ ମନ୍ତବ୍ୟ ଚାଇନା ର ସରକାରୀ ଗାନ ମାଧ୍ୟମରେ ଶୁଣିବାକୁ ମିଳିଛି । ଗ୍ଲୋବାଲ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ଆକ୍ରମଣ ପାଇଁ ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ୍‌ ଆଝାରଙ୍କୁ ବିନା ପ୍ରମାଣରେ ଦୋଷ ଦେବା ଅନୁଚିତ ବୋଲି ଚାଇନା ମଧ୍ୟ କହିଛି ।

ଏଭଳି ସମୟରେ ଭାରତ ‘ନୀରବ କୂଟନୀତି’ ଆପଣାଇବା ଉଚିତ ବୋଲି ନୂଆଦିଲ୍ଲୀକୁ ପରାମର୍ଶ ଦେଇଛନ୍ତି ରିପୋର୍ଟ ପ୍ରସ୍ତୁତକାରୀ ୟୁ ଜିନ୍‌ସୁଇ। ପୁଲବାମା ରେ ହୋଇଥିବା ଏଭଳି ଏକ ଆତଙ୍କୀ ହମଲା କୁ ଭାରତ କେବେ ବି ସହ୍ୟ କରିପାରିବ ନାହିଁ ବୋଲି ଏପଟେ ପ୍ରଧାନ ମନ୍ତ୍ରୀ ମୋଦି ଭାରତ ବସି କୁ ଆଶ୍ୱାସନା ଦେଇଛନ୍ତି ।

One Comment on “ପାକିସ୍ତାନ ସପକ୍ଷରେ ମୁହଁ ଖୋଲିଲା ଚାଇନା ଏବଂ କହିଲା ଭାରତ ପାକିସ୍ତାନକୁ ବଦନାମ ନକରୁ , ବରଂ ……।”

Leave a Reply