ଚିନ୍ ରେ ଅଛି ଏମିତି ଗୋଟେ ଗାଁ, ଯେଁଉଠି ସାପ ଚାଷ ହୁଏ.. ପଢନ୍ତୁ ଖବର.

ଆସନ୍ତୁ ଜାଣିବା ଏହି ବିସ୍ମୟ ଗାଁ ବିଷୟରେ, ଯେଉଁଠାରେ ସାପ ଚାଷ କରାଯାଏ। ଆଜି ଆମେ ଚିନ ର ଝେଜିୟାଂଗ ପ୍ରାନ୍ତ ରେ ଏମିତି ଏକ ଗାଁ ବିଷୟ ରେ କହିବୁ ଯେଉଁଠି ସାପ କୁ ପାଳନ କରାଯାଏ। ଏଠିକାର ଅଧିକାଂଶ ଲୋକ ଏହି କାମ କରନ୍ତି। ଏହି ଗାଁ ର ଲୋକ ସଂଖ୍ଯା ୧୦୦୦ ଓ ଏଠାରେ ପ୍ରତେକ ବର୍ଷ ୩୦ ଲଖ୍ଯ ସାପ ପାଳନ କରାଯାଏ।

ଯାହାର ବ୍ଯବହାର ଖାଦ୍ଯ ବନେଇବାଠାରୁ ଆରମ୍ଭ କରି ଔଷଧ ବନେଇବା ପର୍ଯ୍ଯନ୍ତ ହୁଏ। ଏହା ଏବେ ବଡ ବ୍ଯବସାୟ ର ରୂପ ନେଲାଣି। ଏଠାକାର ଲୋକ ନିଜ ଘରେ ମଧ୍ଯ ଅନେକ ସାପ ରଖିଥାନ୍ତି , ଯେଉଁଗୁଡିକ ଅନେକ ବିଷଧର।

ଜଣେ ଲୋକ ଙ୍କ ପାଖରେ ପାଖାପାଖି ୩୦୦୦ ସାପ ଅଛି। ସାପ ର ଚାହିଦା ଦେଖି ଅନେକ ଲୋକ ଏହି ବ୍ଯବସାୟ କରିବାକୁ ଲାଗିଲେ, ଯାହା ପାଇଁ ୧୦୦ ରୁ ଅଧିକ ସ୍ନେକଫାର୍ମ ଖୋଲିଛି।

ସାପ ଚାଷ ରୁ ଏଠାକାର ଲୋକ ଙ୍କ ରୋଜଗାର ବହୁତ ହୋଇଯାଇଛି। ଏହି ଗାଁ ରେ କୋଟିଏ ଟଙ୍କା ର ସାପ ର କାରବାର ଚାଲିଛି। ଏହି ଗାଁ ରେ ସାପ ପାଳନ ବର୍ଷ ୮୦ ଦଶକ ରୁ ଆରମ୍ଭ ହୋଇଛି। ସମୟ ସହ ଏହି ବ୍ଯବସାୟ ବଡ ଇଣ୍ଡଷ୍ଟ୍ରି ର ରୂପ ନେଲା। ଏହି ଇଣ୍ଡଷ୍ଟ୍ରି ୮୦ କୋଟି ହୋଇଯାଇଛି। ଜଲ୍ଦି ହିଁ ୧୦୦ କୋଟି ପହଂଚିବ।

ଏଠାରେ ମୁଖ୍ଯତଃ ବିଷ ନଥିବା ସାପ ଚାଷ କରାଯାଏ। କିନ୍ତୁ ଏଠାରେ କୋବରା, ଅଜଗର, ରୈଟଲ, ବାୟପର ଭଳି ବିଷଧର ସାପ ମଧ୍ଯ ମିଳେ।

ଏଠାକାର ଲୋକ ସାପ କୁ ଡରନ୍ତି ନାହିଁ କିନ୍ତୁ ଗୋଟିଏ ସାପ ର ନାଁ ଶୁଣି ଡରିଯାନ୍ତି ଯାହାକି “ଫାଇବ ସ୍ଟେପ”। ଏହି ସାପ ର ଏପରି ନାମ ପଛ ରେ ବି ଏକ କାହାଣୀ ଅଛି। ଏହି ସାପ କାମୁଡିଲା ପରେ ଲୋକ ଅତିବେଶି ରେ ୫ ପାଦ ଚାଲିପାରବ, ତା ପରେ ମୃତ୍ଯୁ ହୋଇଯିବ।

ଏଠାରେ ସାପ କୁ ମାରି ସପ୍ଲାଇ ମଧ୍ଯ କରାଯାଏ। ସାପ କୁ ବହୁତ ନିଷ୍ଠୁର ପଦ୍ଧତି ମାରନ୍ତି। ପ୍ରଥମେ ବିଷ କୁ ବାହର କରି,ତା ପରେ ସୂତା ମୁହଁ କୁ ସିଲେଇ ,ସାପ ର ମୁଣ୍ଡ କୁ କାଟି ଦିଅନ୍ତି। ସାପ ର ମାଂସ ବାହାର କରି କାପରେ ସାପ ର ଅଙ୍ଗ କୁ ଅଲଗା ରଖାଯାଏ।

Leave a Reply