ନମସ୍କାର , ଆଜି ରବିବାର ମୁଁ ଆପଣ କୁଁ ଏମିତି କିଛି ଉପାୟ କହିବି ଯାହା ଦ୍ବାରା ଆପଣ ଏହି ଦିନ ସୂର୍ଯ୍ୟ ପୂଜା କରି ରବିବାର ର ଦେବତା ସୂର୍ଯ୍ୟ ଦେବକଁ ଆଶୀର୍ବାଦ ପାଇ ପାରିବେ
ଅଧିକାଂଶ ସମୟରେ ଲୋକେ ସୂର୍ଯ୍ୟ କୁଁ ଜଳ ଅର୍ପଣ କରିବା ସମୟରେ ଭୂଲ କରିବସନ୍ତି, ଯାହା ଫଳରେ ସୂର୍ଯ୍ୟ ଭଗବାନ ଙ୍କ କୋପର ଶିକାର ହୁଅନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ କହିବି ସୂଯ୍ୟ ଙ୍କୁ ଜଳ ଅର୍ପଣ କରିବାର ଫାଇଦା କଣ –
ଯେବେ ଆମେ ଉଦୟ ହେଉଥିବା ସୂର୍ଯ୍ୟ କିରଣରେ ଜଳ ଅର୍ପଣ କରୁ ତେବେ ତାହା ସୂର୍ଯ୍ୟ କିରଣରେ ସାତଟି ରଂଗ ରେ ପ୍ରତିଫଳିତ ହୋଇ ଆମ ଉପରେ ପଡିଲେ ଆମ ଦେହରେ ଥିବା ସାତଟି ଗ୍ରହ ରେ କିଛି ମାତ୍ରା ରେ ପ୍ରଭାବ ପଡେ ଓ କିଛି ମାତ୍ରାରେ ଗ୍ରହ କଟିଯାଏ , ସୂର୍ଯ୍ୟ କୁଁ ଜଳ ଅର୍ପଣ ର ସବୁଠୁ ଭଲ ସମୟ ହେଲା ସକାଳ ର ସମୟ ଯେବେ ସୂର୍ଯ୍ୟ ଧୀରେ ଧୀରେ ଉଦୟ ହୋଇ ଆସୁଥିବେ , ସୂଯ୍ୟ ଙ୍କ ରଂଗ ଲାଲ ଥିବା ସମୟରେ ଜଳ ଅର୍ପଣ କଲେ ସବୁ ପ୍ରକାର ଫାଇଦା ମିଳିଥାଏ.
ଲୋକେ କହନ୍ତି ଜଳ ଅର୍ପଣ ସମୟରେ ଜଳ ଛିଟା ଗୋଡରେ ପଡିଲେ ପାପ ହୁଏ, ଏମିତି କିଛି ପାପ ହୁଏନି, ଆପଣ ଗୋଟେ ପାତ୍ର ରଖିଦିଅନ୍ତୁ ସେହି ପାଣି କୁ ଗଛରେ ଢାଳି ଦିଅନ୍ତୁ.
ଯଦି ଆପଣଙ୍କ ର କୌଣସି ଦୋଷ ଅଛି , କିଛି ହଳଦୀ ଗୁଣ୍ଡ ପାଣିରେ ମିଶାଇ ସୂର୍ଯ୍ୟ ଦେବକୁଁ ଜଳ ଅର୍ପଣ କରନ୍ତୁ, ଶୁଭଫଳ ମିଳିବ
ନୀଳ ରଂଗର କାଳି ମିଶିଇ ଜଳ ଅର୍ପଣ କଲେ ଚାକିରି ସମ୍ୱନ୍ଧୀୟ ଅସୁବିଧା ଦୂର ହୁଏ, ସମ୍ମାନ ମିଳେ ଓ ରୋଜକାର ର ଅସୁବିଧା ଦୁଇ ହୁଏ.
ଯଦି ଆପଣଙ୍କ ଠୁ କିଏ ବାକି ନେଇଛି କିମ୍ବା କୌଣସି କରଜ ଆପଣ କରିଛନ୍ତି ତେବେ ଶୁଖିଲା ଲଂକାର ମଞ୍ଜି ପକାଇ ଜଳ ଅର୍ପଣ କରନ୍ତୁ, ସମାଧାନ ନିଶ୍ଚୟ ହେବ, ଏହିପରି ଭାବେ ଆପଣ ରବିବାର ଦିନ ସୂର୍ଯ୍ୟ ପୂଜା କରି ଲାଭବାନ ହୋଇପାରିବେ।