ସାଧାରଣତଃ ଖାଦ୍ୟ ହଜମ ନ ହେବା ଏବଂ ଗ୍ୟାସ ହେବାର ଅନେକ ଗୁଡିଏ କାରଣ ଅଛି । ସେଥିମଧ୍ୟରୁ ଖାଦ୍ୟଗ୍ରହଣରେ ଅନିୟମିତତା, ଅତ୍ୟାଧିକ ପରିମାଣରେ ରାଗ, ଖଟା, ମସଲାଯୁକ୍ତ ଖାଦ୍ୟ ଖାଇବା, ଚର୍ବି ବଢାଉଥିବା ଖାଦ୍ୟ ଖାଇବାଦ୍ୱାରା ଏବଂ ଅଧିକ ରାତ୍ରୀ ଯାଏଁ ଅନିଦ୍ରା ରହିବା, ଖାଦ୍ୟରେ ସାଲାଡ୍କୁ ସାମିଲ୍ ନ କରିବା, କମ୍ ପାଣି ପିଇବା ହେଉଛି ମୁଖ୍ୟ କାରଣ । ଏହା ଛଡା କ୍ରୋଧ ଓ ଚିନ୍ତା ପରି ମାନସିକ କାରଣରୁ, ପରିଶ୍ରମ ନ କରିବା ଦ୍ୱାରା, ଆମିଷ ଖାଇବାଦ୍ୱାରା ମଧ୍ୟ ପେଟ ସମସ୍ୟା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ସମାଧନା ଉପରେ କିଛି ଟିପସ୍ ଦେବୁ ।
ଜୁଅାଣୀର ବ୍ୟବହାର:
ବଦହଜମୀ, ଏସିଡିଟି ଓ ପେଟର ଅନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଜୁଆଣିର ପିଇବା ଅତ୍ୟେନ୍ତ ଫାଇଦାଯୁକ୍ତ ହୋଇଥାଏ । ଏହା ହଜମ କ୍ରିୟାରେ ସାହାର୍ଯ୍ୟ କରିଥାଏ, ଯାହାଦ୍ୱାରା ପେଟ ଜନିତ ଦେଖାଯାଉଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାଛଡା କେମିକାଲ ଗ୍ୟାସ ହେଉଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ଯାହାଫଳରେ ଆପଣଙ୍କୁ ଭବିଷ୍ୟତରେ ଗ୍ୟାସ ଜନିତ ସମସ୍ୟା ଦେଖାଦେବନାହିଁ
କିପରି କରିବେ ପ୍ରୟୋଗ:
ପେଟରେ ବଦହଜମୀ ଓ ଏସିଡିଟିର ସମସ୍ୟା ହେଲେ ଜୁଆଣୀକୁ ଚୋବାଇକି ଖାଇବା ଏବଂ ଏହା ପରେ ଗୋଟେ କପ୍ ଗରମ ପାଣୀ ପିଇବା ଦ୍ୱାରା ଗସ୍ୟା ଜନିତ ସମସ୍ୟା ଦୂର ହୋଇଥାଏ ।
ପେଟରେ କୃମି ଥିଲେ, ବିଟ୍ ଲୁଣି ସହ ଜୁଆଣି ଖାଆନ୍ତୁ, ଯକୃତ ଜନିତ ସମସ୍ୟା ଥିଲେ ୩ଗ୍ରାମ ଜୁଆଣୀ ସହ ୧/୨ଗ୍ରାମ ଲୁଣ ମିଶାଇ ଖାଇବା ଦ୍ୱାରା ଫାଇଦା ହୋଇଥାଏ ।
ହଜମ କ୍ରିୟାରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହେଲେ ଜୁଆଣୀ ଖାଇବା ଦ୍ୱାରା ଆରାମ ମିଳିଥାଏ ।
ଗ୍ୟାସ ଜନିତ ସମସ୍ୟା ଦେଖାଯାଉଥିଲେ ୧-୨ ଗ୍ରାମ ଜୁଆଣୀ ସହ ଗୁଡକୁ ମିଶାଇ ଗୁଳା ପ୍ରସ୍ତୁତ କରି ଏହାକୁ ଖାଆନ୍ତୁ, ଏଥିରୁ ତୁରନ୍ତ ଆରାମ ମିଳିଥାଏ ।
ପେଟରେ ଗ୍ୟାସ ହୋଇଥିଲେ ହଳଦୀ, ଜୁଆଣୀ ସହ ଏକ ଚାମଚ୍ ବିଟ୍ ଲୁଣର ମିଶ୍ରଣକୁ ଖାଇବାଦ୍ୱାରା ଶୀଘ୍ର ଉପଶମ ମିଳିଥାଏ ।
ଏସିଡିଟି ସମସ୍ୟା ଥିଲେ ଜୁଆଣୀ ଓ ଜୀରାକୁ ଏକା ସାଥିରେ ମିଶାଇ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ ଏବଂ ଏହାକୁ ଛାଣି ଦିଅନ୍ତୁ । ଓ ଏହି ଛଣା ଯାଇଥିବା ପାଣିରେ ଚିନି ମିଶାଇ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ ।
ହେଙ୍ଗୁର ବ୍ୟବହାର:
ଗ୍ୟାସ ଓ ବଦହଜମିରୁ ଉପଶମ ପାଇବାକୁ ହେଲେ ଆପଣ ହେଙ୍ଗୁର ବ୍ୟବହାର ମଧ୍ୟ କରିପାରିବେ । ହଜମ ସମ୍ବନ୍ଧୀତ ସମସ୍ୟାରୁ ଦୂର କରିବାକୁ ହେଲେ ହେଙ୍ଗୁ ଓ ଜୁଆଣିକୁ ଏକାସାଥିରେ ପିଅନ୍ତୁ । ହେଙ୍ଗୁ ଖାଇବା ଦ୍ୱାରା ପେଟ ବିନ୍ଧିବା ଓ ଫୁଲିଥିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ପାଣିରେ ହେଙ୍ଗୁ ମିଶାଇ ସେହି ପାଣିକୁ ଛାଣି ପେଟ ଉପରେ ତାହାର ଶେକ ଦେବା ଫଳରେ ବଦହଜମି କାରଣରୁ ହେଉଥିବା ପେଟ ବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ ।