ସବୁ ଲୋକଙ୍କ ଜୀବନରେ ଗୋଟିଏ ଲଖ୍ୟ ଥାଏ ଯାହାକୁ ସେ ଅନୁସରଣ କରି କାର୍ଯ୍ୟ କରିଥାନ୍ତି । ଜୀବନରେ କେତେବେଳେ କଣ ଘଟିଯିବ କହିବା ମୁସ୍କିଲ ଅଟେ । ନିଜର ତଥା ନିଜ ପରିବାର ପେଟ ପୋଷିବା ପାଇଁ ମଣିଷ ଦିନରାତି ପରିଶ୍ରମ କରୁଥାଏ । ଏମିତି ହିଁ ଜଣେ ତା ପରିବାରକୁ ଭଲରେ ଚଳେଇପାରେ, ତାପରେ ଏଥିରୁ ଯାହା ବଞ୍ଚେ ସେସବୁ ଭବିଷ୍ୟତ ପାଇଁ ସଂଚୟ କରେ। ସେଥିପାଇଁ କୁହାଯାଏ ନିଜର ଉତ୍ତମ କ୍ରମ କରି ଚାଲ ଭଗବାନ ଦିନେ ନା ଦିନେ ଆପଣଙ୍କ କ୍ରମର ଫଳ ଦେବେ ।
ଆଜି ଏମିତି ଏକ ସତ୍ୟ କାହାଣୀ ଜାଣିବା ଯାହା ଆପଣ ପଢିଲେ କିଛି ସମୟ ପାଇଁ ଭାବିବାକୁ ବାଧ୍ୟ ହେବେ ।
ଆସାମର ତିନସୁଖିଆ ଜିଲ୍ଲାରେ ରହୁଥିବା ସୋବର୍ନ ପରିବା ବିକି ନିଜର ଜୀବନ ଅତିବାହିତ କରନ୍ତି । ୨୫ବର୍ଷ ତଳେ ଦିନେ ଘରକୁ ଫେରିବା ସମୟରେ ସେ ଗୋଟିଏ ଅଳିଆ ଗଦା ନିକଟରେ ଛୋଟ ଛୁଆଁର କଅଁଳ ସ୍ୱର ଶୁଣିବାକୁ ପାରିଲେ । ସେଠାରେ ଯାଇ ଦେଖିଲେ ଗୋଟିଏ କୁନି ଝିଅଟି ବିକଳ ହୋଇ କାନ୍ଦୁଛି। ସେ ସଙ୍ଗେସଙ୍ଗେ ଅଳିଆଗଦାରୁ ଛୁଆଟିକୁ ନେଇ ଘରକୁ ଆସିଲେ । ଆଜି ଜାଣିବା ଏହି ଦୁଇ ଜଣକ ସଂଘର୍ଷ ଓ ସଫଳତାର କାହାଣୀ ।
ସୋବର୍ନ ସେଦିନ ସେହି ଝିଅ ଆଣିବା ସମୟରେ ଭାବିଲା ସେ ବିବାହ କରିବ ନାହିଁ ଆଉ ଏହି ଶିଶୁ କନ୍ୟାକୁ ମଣିଷ କରିବ। ଏଥିପାଇଁ ସେ ଦିନରାତି ଖୁବ୍ ପରିଶ୍ରମ କରୁଥିଲା । ତାପରେ ଝିଅଟିର ନାମ ଦେଇଥିଲେ ଜ୍ୟୋତି। ଝିଅ ସବୁ ଇଚ୍ଛା ପୂରଣ କରିବାକୁ ଯାଇ କୌଣସିରେ ଅଭାବ ରଖୁନଥିଲା ସୋବର୍ନ ।
ଏହି ସମୟ ଭିତରେ ଝିଅ ଜ୍ୟୋତି ପାଠପଢ଼ିଲା । ୨୦୧୩ ମସିହାରେ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏସନ୍ ପାଠପଢ଼ା ଶେଷ କରି ୨୦୧୪ରେ ଆସାମ ପବ୍ଲିକ୍ ସର୍ଭିସ୍ କମିସନ୍ର ପିସିଏସ୍ ପରୀକ୍ଷାରେ ସଫଳ ହେଲେ।
ଓ ଆଏଏସ୍ ଅଫିସର ହୋଇଗଲେ .ସତରେ, ବଡ ହୃଦୟସ୍ପର୍ଶି…