ଭୟାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିବା କେରଳ ରାଜ୍ୟ ବାସୀଙ୍କୁ ସହାୟତା ପାଇଁ ସମଗ୍ର ଦେଶରୁ ୭୧୪ କୋଟି ଟଙ୍କା ସହାୟତା ମିଳିବା ସହ ଏକା ପେଟିଏମ୍ ହି ୪୩ କୋଟି ଟଙ୍କାର ସହାୟତା କରିଛି।
କେରଳ ରାଜ୍ୟର ବନ୍ୟା ପୀଡ଼ିତ ଙ୍କୁ ଆଶ୍ରୟ ଦେବା ପାଇଁ ସମଗ୍ର ଦେଶ ବାସି ସହାୟତ ର ହାତ ବଢାଇଛନ୍ତି। ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଶ ବାସି ୭୧୩.୯୨ କୋଟି ଟଙ୍କାର ସହାୟତା କରିଛନ୍ତି ଏହାସହିତ କେବଳ ପେଟିଏମ ହି ୪୩ କୋଟି ଟଙ୍କାର ସହାୟତା କରିଛି।
କେରଳ ରେ ବନ୍ୟା ପୀଡ଼ିତ ଙ୍କୁ ସହାୟତା ପାଇଁ ଦେଲ୍ଲୀ ସରକାର ବି ହାତ ବଢ଼େଇ ଚାନ୍ତି। ସୂଚନା ଅନୁଯାଇ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୭୧୩.୯୨ କୋଟି ଟଙ୍କା ରାଶି ର ସହଯୋଗ ମିଳିଛି।
ଏହା ମଧ୍ୟରୁ ୧୩୨.୬୨ କୋଟି ଟଙ୍କା ରାଶି ବ୍ୟାଙ୍କ୍ ଏବଂ ୟୁପିଆଇଏସ ମାଧ୍ୟମରେ ହିଁ ମିଳିଛି ଏବଂ ପେଟିଏମ୍ ଜରିଆରେ ୪୩ କୋଟି ଟଙ୍କା ରାଶି ମିଳିଛି।
କେବଳ ୨୦କୋଟି ଟଙ୍କାର ଚେକ୍ ଏବଂ ଡିମାଣ୍ଡ ଡ୍ରାଫ୍ଟ ଆକାରରେ ସିଧା ମୁଖ୍ୟ ମନ୍ତ୍ରୀ କାର୍ଯ୍ୟାଳୟ କୁ ପଠା ଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହ କେନ୍ଦ୍ର ସରକାର ତରଫରୁ ପାଖାପାଖି ୬୦୦ କୋଟି ଟଙ୍କା ର ସହାୟତା ରାଶି ଘୋଷଣା କରାଯାଇଛି।
ଏହା ସହିତ କେରଳ ରାଜ୍ୟ ସରକାର ବିଶ୍ଵ ବ୍ୟାଙ୍କ୍ ରୁ ଅଧିକ ଟଙ୍କା ରାଶି ର ସହାୟତା ପାଇଁ ଅନୁଧ୍ୟାନ କରୁଛନ୍ତି କିନ୍ତୁ କେତେ ରକମର ଅର୍ଥ ରାଶି ର ସହାୟତା ମାଗିବା କିଛି ନିଶ୍ଚିତ କରି ନାହାଁନ୍ତି।