ଆଜି ଆମେ ଆପଣଙ୍କୁ ପୋଷ୍ଟ ମାଧ୍ୟମରେ ଘରେ ବସି ଅନଲାଇନ୍ ଟଙ୍କା କମାଇବାର ସବୁଠାରୁ ସହଜ ଉପାୟ ଜଣାଇବୁ । ଯାହା ଫଳରେ ଆପଣ ଏହି ଟେକ୍ନୋଲୋଜି ଦୁନିଆରେ ଇଣ୍ଟରନେଟ୍ ଦ୍ୱାରା ଅନଲାଇନ ଟଙ୍କା କମାଇପାରିବେ । ଆପଣ ତ ଜାଣିଛନ୍ତି, ଆଜିର ସମୟରେ ଇଣ୍ଟରନେଟ୍ ଉପଯୋଗ କେତେ ବଢିଯାଇଛି । ସବୁ କାମ ଇଣ୍ଟରନେଟ୍ ମାଧ୍ୟମରେ ହେଉଛି । ଯେପରି ନେଟ୍ ବ୍ୟାକିଙ୍ଗରେ ଆମେ ମୋବାଇଲ ରିଚାର୍ଜ, ଅନଲାଇନ ସପିଂ ଭଳି ବହୁତ କାମ କରିପାରୁଛନ୍ତି ।
ଯେଉଁଭଳି ଭାବରେ ଇଣ୍ଟରନେଟର ଉପଯୋଗ ବଢୁଛି, ଯଦି ଏମିତି ବଢିବ ତେବେ ଆଗାମୀ ସମୟରେ ଆମର ସବୁ କାମ ଇଣ୍ଟରନେଟ୍ ମାଧ୍ୟମରେ ହେବ । କାରଣ ଏଥିରେ ଆମେ ସବୁ କାମ ଅତି ସହଜରେ କରିପାରିବା । ତେବେ ଆଜିର ଦିନରେ ଅନଲାଇନ ପଇସା କମାଇବା ଅପ୍ସନ ମଧ୍ୟ ବଢିବାରେ ଲାଗିଛି । ଯାହା ଫଳରେ ଆମେ ଇଣ୍ଟରନେଟ୍ ସାହାଯ୍ୟରେ ଘରେ ବସି ସହଜରେ ଭଲ ଆୟ କରିପାରିବା ।
ଅବଶ୍ୟ ଇଣ୍ଟରନେଟରେ ପଇସା କମାଇବାର ବହୁତ ଉପାୟ ରହିଛି । କିନ୍ତୁ ଆମେ ଆପଣଙ୍କୁ ୨ଟି ସହଜ ଉପାୟ ବିଷୟରେ ଜଣାଇବୁ । ଆପଣଙ୍କୁ ଇଣ୍ଟରନେଟରେ ପଇସା କମାଇବା ପାଇଁ କିଛି ଡିଗ୍ରୀର ଆବଶ୍ୟକତା ନାହିଁ । କିନ୍ତୁ ଆପଣ ଇଣ୍ଟରନେଟରେ ପଇସା ସେତେବେଳେ କମାଇପାରିବେ ଯେତେବେଳେ ଆପଣଙ୍କର କୌଣସି ଜିନିଷରେ ଆଗ୍ରହ ଥିବ । ଯେପରିକି ଆପଣଙ୍କର ଖାଦ୍ୟ ପ୍ରସ୍ତୁତ କରିବାରେ ଆଗ୍ରହ ଥିବ । ତେବେ ଆପଣ ଖାଦ୍ୟ ସମ୍ବନ୍ଧରେ ବ୍ଲଗ ପ୍ରସ୍ତୁତ କରି, ନିଜ ଦ୍ୱାରା ପ୍ରସ୍ତୁତ ରେସିପିକୁ ନିଜ ବ୍ଲଗରେ ପୋଷ୍ଟ କରିପାରିବେ ।
ଇଣ୍ଟରନେଟରେ କେତେ ଟଙ୍କା ଆୟ କରିପାରିବେ ?
ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଥାଏ । କିନ୍ତୁ ଇଣ୍ଚରନେଟରେ ପଇସା କମାଇବାର କିଛି ଲିମିଟ ନାହିଁ । କାରଣ ଏହା କୌଣସି ଜବ୍ ନୁହେଁ । ଏହା ଏକ ବିଜନେସ୍ ଭଳି । ଆଉ ଆପଣ ଜାଣିଛନ୍ତି ବିଜନେସରେ ଆୟର କିଛି ଲିମିଟ ନାହିଁ । ଏହା ଆପଣଙ୍କ ଉପରେ ନିର୍ଭର କରେ କି ଆପଣ ଇଣ୍ଟରନେଟରେ ପଇସା କମାଇବାପାଇଁ କେତେ କାମ କରିପାରୁଛନ୍ତି । ଆପଣଙ୍କ କାମ ଯେତେ ଭଲ ହେବ ଆପଣଙ୍କ ଆୟ ମଧ୍ୟ ସେହି ହିସାବରେ ହେବ । ଏଥିରେ ଆପଣ ଲକ୍ଷଲକ୍ଷ ଟଙ୍କା ଇନକମ କରିପାରିବେ । କିନ୍ତୁ ଏହା ଆପଣଙ୍କ ଟ୍ୟାଲେଣ୍ଟ ଉପରେ ନିର୍ଭର କରେ ।
ଇଣ୍ଟରନେଟରେ ପଇସା କମାଇବା ଆରମ୍ଭ କରିବେ କିପରି ?
ଦେଖିବାକୁ ଗଲେ ଇଣ୍ଟରନେଟରେ ପଇସା କମାଇବା ପାଇଁ ବହୁତ ଉପାୟ ରହିଛି । କିନ୍ତୁ ଆମେ ଆପଣଙ୍କୁ ମାତ୍ର ୨ଟି ଉପାୟ ସମ୍ପର୍କରେ ଜଣାଇବୁ । ଏଥିରେ କିଛି ରିସ୍କ ନାହିଁ କିମ୍ବା ଏଥିପାଇଁ ଆପଣଙ୍କୁ କିଛି ଇନଭେଷ୍ଟ ମଧ୍ୟ କରିବାକୁ ପଡିବନି ।
୧.Blogging
୨.You-tube
ଇଣ୍ଟରନେଟରେ ଆପଣ ପଇସା ସେତିକିବେଳେ ଆୟ କରିପାରିବେ ଯେତେବେଳେ ଆପଣ ନିଜ ଆଗ୍ରହ ଥିବା କାମ କରିବେ । ଯଦି ଆପଣଙ୍କର କୌଣସି ବିଷୟରେ କିଛି ଆଗ୍ରହ ନାହିଁ ତେବେ ଆପଣ ଏହି କାମ କରିପାରିବେ ନାହିଁ । ଆଉ ହୋଇପାରେ ଏହି କାରଣରୁ ଆପଣ ସେଥିରେ ସଫଳ ହୋଇନପାରନ୍ତି ।
ତେବେ ଆପଣ ପ୍ରଥମେ ଏପରି କାମ ଦେଖନ୍ତୁ ଯେଉଁଥିରେ ଆପଣ ସବୁଠାରୁ ଅଧିକ ରୁଚି ରଖିଥିବେ ଏବଂ ଠିକ୍ ରୂପେ ସେହି କାମକୁ କରିପାରୁଥିବେ । ନିମ୍ନରେ କିଛି ବିଷୟ ରହିଛି ।
୧. Comedy
୨. Singing / Acting
୩. Tips & Tricks
୪. Story’s
୫. Sports
୬. Technology
୭. Cooking
୮. Home Decoration
୯. Product Review
ଏଗୁଡିକ ବ୍ୟତୀତ କିଛି ଅଲଗା ବିଷୟ ମଧ୍ୟ ରହିଛି । ତେବେ ଆପଣ ଯେଉଁଥିରେ ଇଛା ସେଥିରେ କାମ କରିପାରିବେ ।
ବ୍ଲଗରରୁ ଘରେ ବସି କେମିତି ପଇସା କମାଇବେ ?
ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜ ବ୍ଲଗ ପ୍ରସ୍ତୁତ କରିବାକୁ ପଡିବ ଯେଉଁଥିପାଇଁ ଆପଣBlogger.comସାଇଟରେ ପହଞ୍ଚନ୍ତୁ । ଏହି ଉପାୟ ସବୁଠାରୁ ସହଜ ଏବଂ ବଢିଆ ଉପାୟ । ନିଜ ବ୍ଲଗ କେମିତି ତିଆରି କରିବେ ସେଥିପାଇଁ ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ । Blogger.comରେ ଫ୍ରି ବ୍ଲଗ୍ କେମିତି କରିବେ ?
ବ୍ଲଗ ତିଆରି କରିବା ପରେ ଆପଣଙ୍କୁ ସେଥିରେ ପୋଷ୍ଟ ପକେଇବାକୁ ପଡିବ । ନିଜ ବ୍ଲଗରେ ପୋଷ୍ଟ କେମିତି ପକାଇବେ ? ଏହି ସୂଚନା ପାଇଁ ଆପଣ ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ନିଜ ବ୍ଲଗରେ ପୋଷ୍ଟ କେମିତି ଅପଲୋଡ କରିବେ ? ନିଜ ପୋଷ୍ଟକୁ ଠିକ୍ ରୂପେ ଲେଖନ୍ତୁ, ଅନ୍ୟ କାହା ପୋଷ୍ଟକୁ କପି କରନ୍ତୁ ନାହିଁ ।
ନିଜ ପୋଷ୍ଟରେ ଅନ୍ୟ ପୋଷ୍ଟର ଲିଙ୍କ ଏବଂ ଅତିକମରେ ଇମେଜ୍ ନିଶ୍ଚୟ ଆଡ୍ କରନ୍ତୁ । କାରଣ ଗୋଟେ ଇମେଜ୍ ହଜାର ୱାଡ୍ ସହିତ ସମାନ । ନିଜ ବ୍ଲଗକୁ ଭଲ ରୂପେ ଡିଜାଇନ କରନ୍ତୁ । ଯେଉଁଠି ବି ଇମେଜ ଦରକାର ସେଠି ଇମେଜ୍ ଆଡ୍ କରନ୍ତୁ । ଭଲ Template Upload ଏବଂ Widget ମଧ୍ୟ Add କରନ୍ତୁ । ଆପଣ ନିଜ ବ୍ଲଗର ଟାରିଫ ବଢାଇବା ପାଇଁ ଫେସବୁକ୍ ଭଳି ସୋସିଆଲ ସାଇଟରେ ପେଜ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାର Widget ମଧ୍ୟ ନିଜ ବ୍ଲଗରେ ଆଡ କରନ୍ତୁ ।
ବ୍ଲଗ ପ୍ରସ୍ତୁତ କରି କିପରି ପଇସା ଆୟ କରାଯାଏ ?
ଯଦି ଆପଣ ନିଜ ବ୍ଲଗ ପ୍ରସ୍ତୁତ କରିଦେଲେ ଏବଂ ସେଥିରେ ଭଲ ରୂପେ ପୋଷ୍ଟ ମଧ୍ୟ ଆଡ୍ କରିଦେଲେ ଏବଂ ଭଲରୂପେ ଡିଜାଇନ ମଧ୍ୟ କରିଦେଲେ ଏବଂ ଆପଣଙ୍କ ବ୍ଲଗକୁ ଭିଜିଟର ମଧ୍ୟ ଠିକ୍ ଭାବେ ଆସୁଛନ୍ତି ତେବେ ଆପଣ ପଇସା କମାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
Ad-Sense ସବୁଠାରୁ ଭଲ ଉପାୟ, ବ୍ଲଗରୁ ପଇସା କମାଇବା ପାଇଁ । କିନ୍ତୁ ଏହାର ନିୟମ ବହୁତ କଡା । ଏବଂ Ad-Sense Account ବହୁତ କଷ୍ଟରେ ଆପ୍ରୁଭ ହୋଇଥାଏ । Ad-Sense ଗୁଗୁଲର ସର୍ଭିସ୍, ଏହାକୁ ଗୁଗୁଲରେ ସର୍ଚ୍ଚ କରନ୍ତୁ ଏବଂ ଏଥିରେ ଆକାଉଣ୍ଟ ତିଆରି କରିବା ପାଇଁ ଆପ୍ଲାଏ କରନ୍ତୁ । Ad-Sense ଆପ୍ରୁଭ ହେବା ପରେ ଆପଣ ତାହାର Ads Code ନିଜ ବ୍ଲଗରେ ଲଗାତାର ପଇସା କମାଇପାରିବେ ।
Youtube ରୁ କେମିତି କମାଇବେ ପଇସା ?
Youtube ଏକ ଭିଡିଓ ସେୟାରିଂ ୱେବସାଇଟ୍ । ଏହା ଦ୍ୱାରା ଆପଣ ନିଜ ଭିଡିଓକୁ ସାରା ବିଶ୍ୱରେ ସେୟାର କରିପାରିବେ ଏବଂ ଭିଡିଓରେ ଆଡ୍ସ ଲଗାଇ ମଧ୍ୟ ପଇସା କମାଇପାରିବେ । ଆପଣଙ୍କ Youtube ଚ୍ୟାନେଲରେ ଯେତେ ଅଧିକ ସବସ୍କ୍ରାଇବର ହେବେ ଆପଣଙ୍କୁ ସେତେ ଆଡ୍ସ ଆସିବ ଏବଂ ଆପଣ ଅଧିକ ପଇସା କମାଇପାରିବେ ।
ଉପରେ ଦିଆଯାଇଥିବା ଲିଙ୍କ ଗୁଡିକ କେବଳ ଆପଣଙ୍କୁ ବୁଝାଇବା ପାଇଁ ଉଦାହରଣ ରୂପେ ନିଆଯାଇଛି । ଆପଣ ଅନ୍ୟ କୌଣସି ସାଇଟରେ ମଧ୍ୟ ଏହି କାମ କରିପାରିବେ ।