ସ୍ତ୍ରୀର ସ୍ୱପ୍ନ ସାକାର କରିବା ପାଇଁ ସ୍ୱାମୀ ଛାଡ଼ିଲେ ଲକ୍ଷେ ଟଙ୍କିଆ ଚାକିରୀ! ଜାଣନ୍ତୁ ଏହି ପ୍ରେରଣାଦାୟକ କାହାଣୀ….

ସମାଜରେ ପୁରୁଷ ଏବଂ ମହିଳା ଉଭୟେ ସମାନ ବୋଲି କହୁଥିବା ଅନେକ ଲୋକଙ୍କୁ ଆପଣ ଜାଣିଥିବେ। କିନ୍ତୁ, ଏହି ଉକ୍ତିଟିକୁ ପ୍ରକୃତରେ କେତେଜଣ ପାଳନ କରିଥାନ୍ତି? ହରିୟାଣା ରୋହତକର ବ୍ୟକ୍ତି ସୁମିତ ଭାଲୋଠିଆ ନିଜ ସ୍ତ୍ରୀଙ୍କ ଭବିଷ୍ୟତ ପାଇଁ ଚାକିରୀ ଛାଡ଼ି ଉଧାହରଣ ସାଜିଛନ୍ତି। ଏହି ଦମ୍ପତ୍ତିଙ୍କର ସଫଳତାର କାହାଣୀ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ ସୁମିତଙ୍କର ଭଲ ଚାକିରୀ ରହିଥିଲା ଏବଂ ସେ ମାସକୁ ୧ ଲକ୍ଷ ଟଙ୍କା ଦରମା ମଧ୍ୟ ପାଉଥିଲେ। ତେବେ, ପତ୍ନୀ ମଞ୍ଜୁଳା ଜଜ୍ ହେବାର ସ୍ୱପ୍ନ ଦେଖିଥିଲେ ହେଁ ବିବାହ ପରେ ତାଙ୍କର ଏହି ସ୍ୱପ୍ନ ପ୍ରତି ଶାଶୂଘର ଲୋକେ ବିଶେଷ ଗୁରୁତ୍ୱ ଦେଉନଥିଲେ। ଏହି କଥା ସୁମିତଙ୍କ ଠାରୁ ଅଛପା ନଥିଲା। ତେବେ, ନିଜ ପତ୍ନୀଙ୍କୁ ସହାୟତା କରିବା ପାଇଁ ସୁମିତ ଲକ୍ଷେ ଟଙ୍କିଆ ଚାକିରୀ ଛାଡ଼ି ଘର ସମ୍ଭାଳିଥିଲେ।

ଅନ୍ୟପକ୍ଷରେ ସ୍ୱାମୀଙ୍କ ସହଯୋଗ ପାଇ ମଞ୍ଜୁଳା ନିଜ ପଢାରେ ଓ ଆଇନ ପରୀକ୍ଷା ପାଇଁ ମନୋନିବେଶ କରିବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ମଞ୍ଜୁଳା ଘର ଖର୍ଚ୍ଚରେ ସାହାଯ୍ୟ କରିବା ପାଇଁ ପାର୍ଟ ଟାଇମ୍ ଚାକିରୀ ମଧ୍ୟ କରିଥିଲେ। ଦୁଇ ଦୁଇ ଥର ପରୀକ୍ଷାରେ ବିଫଳ ହୋଇଥିଲେ ହେଁ ତୃତୀୟ ପ୍ରଚେଷ୍ଟାରେ ସେ ରାଜ୍ୟ ଜୁଡିସିଆଲ ପରୀକ୍ଷାରେ ଟପ୍ପର ହୋଇ ପାରିଛନ୍ତି। ଦମ୍ପତ୍ତିଙ୍କର ଏହି ସଫଳ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Leave a Reply