୨୯ ଏପ୍ରିଲରେ, ହିନ୍ଦୀ ସିନେମା ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ ହୋଇଥିବା ବେଳେ ଏପ୍ରିଲ ୩୦ ରେ ଇରଫାନଙ୍କ ମୃତ୍ୟୁର ୧ ଦିନ ପରେ ଋଷି କପୁର,ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଦୁଇଜଣ ଭେଟେରାନ୍ ଅଭିନେତାଙ୍କୁ ହରାଇଛି, ଏଭଳି ପରିସ୍ଥିତିରେ ଦେଶର ସମସ୍ତେ ଗଭୀର ସମବେଦନା ଜଣାଇ ଥିଲେ । ଦୁଇ ଭେଟେରାନ୍ ଅଭିନେତାଙ୍କୁ ହରାଇ ସେଲିବ୍ରେଟ ଏବଂ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ଏମିତିକି ଲତା ମଙ୍ଗେସକର ମଧ୍ୟ ରିଷିଙ୍କ ନିଧନରେ ଭାବୁକ ହୋଇପଡ଼ିଥିଲେ । ସୋସିଆଲ ମିଡିଆରେ ଲତା ରିଷିଙ୍କ ପିଲା ବେଳର ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଥିଲେ । ଯେତେବେଳେ ରିଷି ୬ ମାସର ହୋଇଥିଲେ ସେତେବେଳେ ଲତା ରିଷିଙ୍କୁ ନିଜ କୋଳରେ ଧରିଥିଲେ । ଏଥିସହ ସେ ଟୁଇଟର ଏକ କ୍ୟାପଶନ୍ରେ ଲେଖିଥିଲେ ଯେ , ନିକଟରେ ରିଷି ମୋତେ ତାଙ୍କର ଏହି ଫଟୋ ପଠାଇଥିଲେ।
ଏବଂ ବର୍ତମାନ ମଧ୍ୟ ଭାବୁକ ହୋଇ ଅନ୍ୟ ଏକ ହୃଦୟସ୍ପର୍ଶୀ ଟ୍ୱିଟରେ ୯୦ ବର୍ଷିୟା ଗାୟିକା କହିଛନ୍ତି ଯେ ରିଷି ଜୀ ଆମେ ତୁମକୁ ବହୁତ ପକାଉଛୁ ଏବଂ ଆମେ ତୁମକୁ ସବୁବେଳେ ମନେ ପଡିବ ମଧ୍ୟ,ଏହା ଭାବିବା ମୋ ପାଇଁ ମୂର୍ଖାମୀ ହେବ କିନ୍ତୁ ମୁଁ ଚାହୁଁଛି ତୁମେ ତୁମର ବ୍ଲକବଷ୍ଟର ଫିଲ୍ମ କରଜ୍ (Karz) ରେ ଯେଭଳି ଋଷି ଙ୍କ ଚରିତ୍ର ପୁନର୍ବାର ଜନ୍ମ ହୋଇଥିଲା ଠିକ ସେଭଳି ବାସ୍ତବ ଜୀବନକୁ ଫେରି ଆସ ବୋଲି ଭାବୁକ ହୋଇ ଟୁଇଟ ରେ ଲେଖିଥିଲେ ।