‘ରାମାୟଣ’ ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରି ଙ୍କ ୩୩ ବର୍ଷର ଏହି ପୁରୁଣା ଚିଠି ଏବେ ଚର୍ଚ୍ଚାରେ…

ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରତ୍ୟେକ ଅଭିନେତାମାନେ ଲୋକଙ୍କ ହୃଦୟ କୁ ବେଶ ପସନ୍ଦ ଆସିଥାଏ,ଏମିତିକି ପ୍ରଭୁ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ବିଷୟରେ କହିବାକୁ ଗଲେ ସେମାନଙ୍କ ଚେହେରା ଆମ ଆଖି ସାମ୍ନାରେ ଉନ୍ମୁକ୍ତ ହୋଇଯାଇଥାଏ । ‘ରାମାୟଣ’ ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୁନୀଲ ଲହରି ୩୩ ବର୍ଷର ପୁରୁଣା ଚିଠି ଯୋଗୁଁ ପୁଣି ଥରେ ଖବରକୁ ଆସିଛନ୍ତି।

ସୁନୀଲ ଲହରି ଏକ ଟିଭି ଚେନେଲ ରେ ପତ୍ରକାର ସହ ଏକ ବିଶେଷ ବାର୍ତ୍ତାଳାପ କରି ସେ ତାଙ୍କ ପ୍ରଶଂସକଙ୍କ ସହ ଅନୁଭୂତି ବାଣ୍ଟିଥିଲେ। କହିବା ଅନୁଯାଇ ଜଣେ ମହିଳା ପ୍ରଶଂସକଙ୍କ ଠାରୁ ୩୩ ବର୍ଷ ପୁରୁଣା ଚିଠି ପାଇଥିଲେ, ଟ୍ୱିଟରରେ ଜଣେ ଝିଅ ୩୩ ବର୍ଷ ପୂର୍ବେ ସ୍ୱାକ୍ଷରିତ ଏକ ଚିଠି ପୋଷ୍ଟ କରିଛନ୍ତି। ଯାହା ତାଙ୍କ ମା ମୋତେ ପଠାଇଥିଲେ,

ଚିଠି ପୋଷ୍ଟ କରିବାବେଳେ ଲେଖିଛନ୍ତି ଯେ ତୁମେ ମୋ ମା ଙ୍କ ପ୍ରଥମ କ୍ରସ୍ ଏବଂ ତୁମେ ମଧ୍ୟ ମୋର କ୍ରସ୍ ବୋଲି ଲେଖାଯାଇଥିଲା । ଜବାବରେ ମୁ ତାଙ୍କୁ ଧନ୍ୟବାଦ ଜାଣିଥିଲି,ଏବେ ବି ଦେଖି ଅସ୍ୱଚାର୍ଯ୍ୟ ଲାଗେ ଯେ କେମିତି ୩୩ ବର୍ଷ ଯାଏଁ ଏହି ଚିଠି କୁ ସାଇତି ରଖିଥିଲେ ବୋଲି କହିଥିଲେ,

ଏଥି ସହିତ ସୁନୀଲ ଲହରୀ ମଧ୍ୟ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଝିଅମାନେ ତାଙ୍କ କାରଣରୁଝଗଡା ମଧ୍ୟ କରୁଥିଲେ। ଏମିତିକି ଏକ ମଜାଳିଆ କାହାଣୀ ଟରୋଣ୍ଟୋରେ ଜଣେ ମହିଳା ପ୍ରଶଂସକ ମୋ ଜ୍ୟାକେଟ୍ ମଧ୍ୟ ରଖିଦେଲେ ଏବଂ କାନାଡାରେ ଏବଂ ପାଟନାରେ ମଧ୍ୟ ଏହିପରି ଏକ ଘଟଣା ହୋଇଥିଲା,

ଏହା ସହିତ ରାମାୟଣ କ୍ରମିକ ଲୋକପ୍ରିୟ ସଂସ୍କୃତିର ଏକ ବଡ଼ ଅଂଶ ହୋଇପାରିଛି, ସୋ’ର ଦୃଶ୍ୟ ଏବଂ ଭିଡିଓ କ୍ଲିପ୍ କେବଳ ସୋସିଆଲ୍ ମିଡିଆରେ ଭାଇରାଲ୍ ନୁହେଁ ବରଂ ଥଟ୍ଟା, ମେମ୍ ଏବଂ ପ୍ରେରଣାଦାୟକ ପୋଷ୍ଟ ମଧ୍ୟ ଏଥିରେ ପୋଷ୍ଟ କରାଯାଉଛି ।

Leave a Reply