ଭାରତରେ କରୋନା ସଂକ୍ରମିତ ମାମଲା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଥମ ଥର ପାଇଁ ଗୋଆ ପରେ ମଣିପୁରକୁ ମଧ୍ୟ କୋରାନା ମୁକ୍ତ ଘୋଷିତ କରାଯାଇଛି, ମଣିପୁର ସିଏମ ଏନ ବିରେନ ସିଂ ଟ୍ୱିଟର ମଧ୍ୟମରେ ରେ ସୂଚନା ଦେଇଛନ୍ତି,ସେ କହିଛନ୍ତି ଯେ ପୂର୍ବରୁ କରୋନୋଭାଇରସ ସଂକ୍ରମିତ ଘୋଷିତ ରାଜ୍ୟର ଉଭୟ ରୋଗୀ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ମଣିପୁର ହେଉଛି ଦେଶର ଦ୍ୱିତୀୟ ରାଜ୍ୟ ଯିଏ ନିଜକୁ କୋରାନାରୁ ମୁକ୍ତ ଘୋଷଣା କରିଛି। ଏହାପୂର୍ବରୁ ରବିବାର ଦିନ ଗୋଆ ସରକାର ଏପରି ସୂଚନା ଦେଇଥିଲେ ଯେ ସେଠାରେ କ କୌଣସି କରୋନା ଭୁତାଣୁ ର ନୂଆ ମାମଲା ନାହିଁ।

ମଣିପୁରର ସିଏମ୍ ଏନ ବିରେନ ସିଂ ଟ୍ୱିଟରରେ ସୂଚନା ଦେଇଛନ୍ତି ଯେ ଦ୍ୱିତୀୟ ସଂକ୍ରମଣ ବ୍ୟକ୍ତି ୬୫ ବର୍ଷ ବୟସ୍କା ରୋଗୀ ଦିଲ୍ଲୀର ନିଜାମୁଦ୍ଦିନରେ ତାବଲିକ ଜମାତ ରୁ ପରେ ଫେରିବା ପରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ରାଜ୍ୟରେ ପ୍ରଥମ ମାମଲା ଜଣେ ୨୩ ବର୍ଷ ବୟସ୍କା ମହିଳା ଯିଏକି UKରୁ ଫେରିଥିଲେ। ମଣିପୁରର ସିଏମ୍ ରବିବାର ସନ୍ଧ୍ୟାରେ ଟୁଇଟ୍ କରି କହିଛନ୍ତି, “ମୁଁ ଖୁସି ଯେ ମଣିପୁର ବର୍ତ୍ତମାନ କରୋନା ମୁକ୍ତ। ଉଭୟ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ରାଜ୍ୟରେ କୌଣସି ନୂତନ ମାମଲା ମଧ୍ୟ ନାହିଁ।

ଗୋଆ ପରେ ମଣିପୁର ଭାରତର ଦ୍ୱିତୀୟ ରାଜ୍ୟ ଗୋଆରେ ସମୁଦାୟ ସାତଟି ସକରାତ୍ମକ ମାମଲା ରହିଥିଲା, ସେଥିମଧ୍ୟରୁ ୬ ଜଣଙ୍କର ଯାତ୍ରା ଇତିହାସ ଏବଂ ଜଣେ ସକରାତ୍ମକ ରୋଗୀର ଭାଇ ଥିଲେ। ଏହା ଗୋଆକୁ ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା ହୋଇଛି, ଏହି ରାଜ୍ୟରେ ଏପ୍ରିଲ୍ ୩ ରୁ କରୋନାଭାଇରସ୍ ମାମଲା ଦେଖାଯାଇନାହିଁ । ଗୃହ ମନ୍ତ୍ରଣାଳୟର ଲକଡାଉନ୍ ବିଜ୍ଞପ୍ତି ଅନୁଯାୟୀ ଉଭୟ ରାଜ୍ୟ ବାଧ୍ୟତାମୂଳକ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରି ନିଜର ବ୍ୟବସାୟିକ କାର୍ଯ୍ୟକଳାପ ସୋମବାର ଠାରୁ ଆରମ୍ଭ କରିପାରନ୍ତି।