ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାଭାଇରସ ବ୍ୟାପିବା କୁ ନେଇ ଆଗରୁ ଏଭଳି ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଯାହା ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ ଏଭଳି କି ଧୂମପାନ କରୁଥିବା ବ୍ୟକ୍ତି ମାନେ ମଧ୍ୟ ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିବା ଅନୁଯାୟୀ କରୋନାଭାଇରସ୍ ଧୂମପାନ କରୁଥିବା ବ୍ୟକ୍ତି ମାନେ COVID-୧୯ ଭୁତାଣୁ ସଂକ୍ରମଣ ପାଇଁ ଅଧିକା ଅସୁରକ୍ଷିତ ହୋଇପାରନ୍ତି, ଜାଣନ୍ତୁ କାହିଁକି,
ଧୂମପାନ କାରୀମାନେ COVID-19 ସଂକ୍ରମଣ ପାଇଁ ଅଧିକ ଅସୁରକ୍ଷିତ ହୋଇପାରନ୍ତି କାରଣ ଧୂମପାନ କରିବାର ଅର୍ଥ ହେଉଛି ଆଙ୍ଗୁଠି ଦୂଷିତ ସିଗାରେଟ୍ ସହ ଓଠ ସହିତ ସଂସ୍ପର୍ଶରେ ଆସିଥାଏ ଯାହା ହାତରୁ ପାଟିକୁ ଭୁତାଣୁ ସଂକ୍ରମଣ ହେବାର ସମ୍ଭାବନା ବଢି ଯାଇଥାଏ । ଏହା ସହ ୱାଟର ପାଇପ୍ ( ହୁକ୍କା ) ପରି ଧୂମପାନ ରେ ବ୍ୟବହାର କରାଯାଉଥିବା ହୋସ୍ ପାଇପ୍ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ଫଳରେ ମଧ୍ୟ ବାରମ୍ବାର ପାଟି ଓ ହାତ ସଂସ୍ପର୍ଶ ରେ ଆସିଥାଏ, ଫଳରେ COVID-19 ଭୁତାଣୁ ସଂକ୍ରମିତ ଲୋକଙ୍କ ଠାରୁ ଏହା ସଂକ୍ରମଣ ହେବା ରେ ସହଜ ହୋଇଯାଇଥାଏ ।
ଧୂମପାନ ବ୍ୟକ୍ତିଙ୍କର ଏମିତି ପୂର୍ବରୁ ଫୁସଫୁସ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ କିମ୍ବା ଫୁସଫୁସ କ୍ଷମତା ହ୍ରାସ ପାଇଥାଏ ଯାହା ଏଭଳି ଭୟଙ୍କର ଭୁତାଣୁ ଜନିତ ରୋଗ ହେବାର ଆଶଙ୍କାକୁ ବଢ଼ାଇଦେଇଥାଏ,ଏବଂ ଶରୀରରେ ଅମ୍ଳଜାନର ଆବଶ୍ୟକତା ସଠିକ୍ ଭାବରେ ବ୍ୟବହାର କରିବାର କ୍ଷମତା ହ୍ରାସ କରେ ଫଳରେ ରୋଗୀଙ୍କୁ ନିମୋନିଆ ଭଳି ରୋଗ ହେବାର ଆଶଙ୍କା ରହିଥାଏ ।