ଇଟାଲୀରେ ଭୟଙ୍କର ରୂପ ନେଇଛି କରୋନା ଦିନକରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ଓ ସଂକ୍ରମଣ ସଂଖ୍ୟା ଜାଣି ଆଶ୍ଚଯ୍ୟ ହେବେ…

ବିଶ୍ୱ ମହାମାରୀର କରୋନାଭାଇରସ୍ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି,ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି ( Civil Protection Agency ) କହିବା ଅନୁଯାଇ ଇଟାଲୀରେ କରୋନାଭାଇରସ୍ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢି ଚାଲିଛି ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୯୬୯ ଜଣଙ୍କର ମୃତ୍ୟୁ ଘଟିଛି, ଇଟାଲୀରେ ମୋଟ ମୃତ୍ୟୁ ସଂଖ୍ୟା ୯,୩୧୪ ରେ ପହଞ୍ଚିଛି । ଗତ ସୋମବାର ଦିନ ୬୦୨,ମଙ୍ଗଳ ବାର ଦିନ ୭୪୩,ବୁଧୁବାର ଦିନ ୬୮୩ ,ଓ ଗୁରୁବାର ଦିନ ୭୧୨ ଜଣ ଙ୍କ ମୃତ୍ୟୁ ଘଟିଛି ।

ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି ଶୁକ୍ରବାର ଦିନ ଏହା ମଧ୍ୟ କହିଛି ଯେ ଫେବୃଆରୀ ୨୧ ପରଠାରୁ ବା ଏହି ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ। ଶୁକ୍ରବାରର ଆକଳନ ରୁ ଜଣା ପଡିଛି ଜେ ମାର୍ଚ୍ଚ ୨୧ ରେ ସର୍ବାଧିକ ଦୈନିକ ପଞ୍ଜିକୃତ ହୋଇଥିଲା ଯେତେବେଳେ ୭୯୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ବର୍ତମାନ ଇଟାଲୀ ରେ ନୁଆଁ ସଂକ୍ରମଣ ମାମଲା ୪୪୦୧ ବୃଦ୍ଧି ପାଇ ମୋଟ ୬୬,୪୧୪ କୁ ବୃଦ୍ଧି ପାଇଥିବା ଜଣା ପଡିଛି,ଚୀନ ରୁ ଆରମ୍ଭ ହୋଇଥିବା ଏହି ନୁଆଁ କରୋନାଭାଇରସ୍ ସମଗ୍ର ବିଶ୍ୱର ଆର୍ଥିକ ଅବସ୍ଥାକୁ ମଧ୍ୟ ଦୁର୍ବଳ କରିଦେଇଛି ।

Leave a Reply