ବିଶ୍ୱ ମହାମାରୀର କରୋନାଭାଇରସ୍ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି ଚାଇନାର ୱୁହାନ ସିଟିରୁ ଉତ୍ପନ୍ନ ଏହି ଭୁତାଣୁ ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି ଏବଂ COVID-19 ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି ।
ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ତେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF) କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି।
CRPF କର୍ମଚାରୀଙ୍କ ଦିନିକିଆ ଦରମା ୩୩.୮୧ କୋଟି ଟଙ୍କାର ଚେକ୍ ଆଜି CRPF ଦ୍ୱାରା ପ୍ରଦାନ କରାଯାଇଛି ଯାହା କର୍ମଚାରୀଙ୍କ ସର୍ବସମ୍ମତ ନିଷ୍ପତ୍ତି ଏବଂ ଆନ୍ତରିକ ଉଦ୍ୟମ ବୋଲି ମଧ୍ୟ କହିଛନ୍ତି ଏବଂ ଏହି ବିପଦପୂର୍ଣ୍ଣ ସମୟରେ ଆମେ ଆମ ଦେଶ ସହିତ ଦୃଢ ଭାବରେ ଠିଆ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।