ନିର୍ଭୟା ମାମଲା ରେ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଅକ୍ଷୟ ସିଂଙ୍କ ପତ୍ନୀ ପୁନିତା ଦେବୀ ଙ୍କ ଏଭଳି…

ଆପଣ ଜାଣିଥିବେ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ବିହାର କୋର୍ଟରେ ଛାଡପତ୍ର ଆବେଦନ କରିଥିବା ଅକ୍ଷୟଙ୍କ ପତ୍ନୀ ପୁନିତା ଦେବୀ ବେହୋସ୍‌ ହୋଇ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ କମ୍ପ୍ଲେକ୍ସ ବାହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ନ୍ୟୁଜ୍ ଏଜେନ୍ସି PTI ଦ୍ୱାରା ରିପୋର୍ଟ କରାଯାଇଥିବା ସୂଚନା ମିଳିଛି।

ବିହାର କୋର୍ଟରେ ଛାଡପତ୍ର ଆବେଦନ କରିଥିବା ଅକ୍ଷୟଙ୍କ ପତ୍ନୀ ପୁନିତା ଦେବୀ ଆଜି କୋର୍ଟରେ ଛାଡପତ୍ର ଆବେଦନ କରିଥିବା ଜଣାପଡିଛି। ଏହାପୂର୍ବରୁ ଅକ୍ଷୟ ସିଂଙ୍କ ପତ୍ନୀ ପୁନିତା ଦେବୀ ଙ୍କ ଦ୍ଵାରା ଦାଖଲ ହୋଇଥିବା ଛାଡପତ୍ର ଆବେଦନ ଉପରେ ଗୁରୁବାର ଶୁଣାଣି ପାଇଁ ଔରଙ୍ଗାବାଦ କୋର୍ଟରେ ହାଜର ହୋଇନଥିଲେ।

ପତ୍ରକାର ଏଜେନ୍ସି ANI ରିପୋର୍ଟ ଅନୁଯାୟୀ “ପୁନିତା ଦେବୀ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ପ୍ରିଜାଇଡିଂ ଅଫିସର ମାର୍ଚ୍ଚ ୧୬ ରେ ଉପଲବ୍ଧ ନଥିଲେ ତେଣୁ ଆଜି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। PO କହିଛନ୍ତି ଯେ ଶୁଣାଣି ପାଇଁ ତାଙ୍କ ଉପସ୍ଥିତି ଆବଶ୍ୟକ । ଅନ୍ୟପକ୍ଷରେ ୪ ଅପରାଧୀଙ୍କ ସବୁ ଆଇନ୍‌ଗତ ଖେଳ ଶେଷ ହୋଇଯାଇଥିବା ବେଳେ ମାର୍ଚ୍ଚ ୨୦ ତାରିଖ, ପ୍ରତ୍ୟୁଷ ୫ଟା ୩୦ରେ ଫାଶୀ ଦେବା ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।

Leave a Reply