ଦ୍ୱିତୀୟ ଟେଷ୍ଟ୍ରେ ଭାରତକୁ ୭ ଉଇକେଟରେ ହରାଇ ଟେଷ୍ଟ ସିରିଜକୁ ୨-୦ରେ ହରେଇ ଦେଇଛି ନ୍ୟୁଜିଲାଣ୍ଡ ଦଳ । ମ୍ୟାଚ ଶେଷରେ ପୋଷ୍ଟ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜଣେ ସାମ୍ବାଦିକଙ୍କ ଉପରେ ଏହି କାରଣ ପାଇଁ ରାଗି ଯାଇଥିଲେ, ତେବେ ଆସନ୍ତୁ ଜାଣିବା ରାଗିବା ପଛରେ କାରଣ କଣ ଥିଲା ।

ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍ ହେବା ପରେ ଉତ୍ତେଜନାମୂଳକ ପ୍ରତିକ୍ରିୟା ଦେଇଥିଲେ । ମ୍ୟାଚ ଶେଷରେ ପୋଷ୍ଟ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ ରେ ପଡ଼ିଆରେ ତାଙ୍କ ଆଚରଣ ବିଷୟରେ ପଚାରିଥିଲେ ହେଲେ ବିରାଟ ରାଗି ଏହା କହିଥିଲେ ଯେ..

ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିନା ଏଭଳି ପ୍ରଶ୍ନ କରାଯାଏ ନାହିଁ। ଯଦି ତୁମେ ବିବାଦ ସୃଷ୍ଟି କରିବାକୁ ଚାହୁଁଛ, ଏହା ଉଚିତ ସ୍ଥାନ ନୁହେଁ। ମୁଁ ଘଟଣା ସମ୍ପର୍କରେ ମ୍ୟାଚ୍ ରେଫରି ମଦୁଗଲେଙ୍କ ସହ ଆଲୋଚନା କରିଛି, ଆଉ ତାଙ୍କର ଏସମ୍ପର୍କରେ କିଛି କରିବାର ନାହିଁ ବୋଲି କୋହଲି କହିଥିଲେ । ଏ ଘଟଣାରେ ମ୍ୟାଚ୍ ରେଫରି ରଞ୍ଜନ ମଦୁଗଲେ ଏ ସମ୍ପର୍କରେ ପ୍ରଶ୍ନ କରାଯିବାରୁ କୋହଲି ସର୍ବଦା ଉତ୍ସାହିତ ହୋଇ କ୍ରିକେଟ ଖେଳନ୍ତି ବୋଲି ଓ୍ବିଲିୟମସନ କହିଥିଲେ ।