ଚୀନରେ ଏବେ ସାର୍ସ-ସିଓଭି-୨ ନାମରେ ନାମିତ ହୋଇଥିବା କରୋନା ଭାଇରସ୍ ର ସଂକ୍ରମଣ ଫଳରେ ମିଳିଥିବା ସୂଚନା ଅନୁସାରେ, ଆଜି ସୁଦ୍ଧା ଚୀନ୍ରେ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁସଂଖ୍ୟା ୧, ୬୩୧ରେ ପହଞ୍ଚିଥିବାବେଳେ ୬୦,୦୦୦ ରୁ ଅଧିକା ଲୋକ ଭାଇରସ୍ ଆକ୍ରାନ୍ତ ଥିବା ଜଣାପଡିଛି,ଏବେ ପୂରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଉତ୍ତର କୋରିଆ ଏଥିରୁ ରକ୍ଷା ପାଇବା ପାଇଁ ଅତ୍ୟନ୍ତ ଅମାନବୀୟ ନୀତି ଧରିଛି ।
ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ଙ୍କ ଏକଛତ୍ରବାଦ ଶାସନ କଥା ସମସ୍ତଙ୍କୁ ଜଣା ଏଭଲିକି କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ସନ୍ଦେହରେ ଜଣେ ଚୀନ୍ ଫେରନ୍ତା ଅଫିସରଙ୍କୁ ନିକଟରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି ବୋଲି ଜଣା ପଡିଛି ।
ଗୁଳି କରି ହତ୍ୟା କରାଯିବାର କାରଣ ଏହା ଥିଲା ଯେ ସନ୍ଦେହରେ ଉତ୍ତର କୋରିଆର ଜଣେ ଅଧିକାରୀଙ୍କୁ ଚାଇନାରୁ ଫେରିବା ପରେ ଆଇସୋଲେଶନ୍ ସେଣ୍ଟରରେ ପୃଥକ ରଖାଯାଇଥିଲା । କିନ୍ତୁ ସେ ବ୍ୟକ୍ତି ଜଣକ ଭୁଲ ବଶତଃ ସର୍ବସାଧାରଣ ପାଇଁ ବ୍ୟବହାର ହେଉଥିବା ଶୌଚାଳୟ ବ୍ୟବହାର କରିଥିଲେ ସଂକ୍ରମଣ କରାଇବା ଓ ନିୟମ ନ ମାନିବା ଦର୍ଶାଇ ତାଙ୍କୁ ଦୋଷୀ ଘୋଷଣା କରିବା ପରେ ତାଙ୍କୁ ଗୁଳି କରି ମାରି ଦିଆଯାଇଥିଲା ।