ଚୀନରେ କରୋନା ଭାଇରସ୍‌ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ରେକର୍ଡ, ଜାଣନ୍ତୁ କେତେଜଣ ଆକ୍ରାନ୍ତ ହୋଇଛନ୍ତି !

ଚୀନରେ ଏବେ ସାର୍‌ସ-ସିଓଭି-୨ ନାମରେ ନାମିତ ହୋଇଥିବା କରୋନା ଭାଇରସ୍‌ ର ସଂକ୍ରମଣ ଫଳରେ ୧୨ ତାରିଖରେ ଗୋଟିଏ ଦିନରେ ଚୀନ୍‌ରେ ୨୫୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୧୫୧୫୦ ଜଣ ଭାଇରସ୍‌ ଆକ୍ରାନ୍ତ ‌ହୋଇଥିବା ସ୍ପ‌ଷ୍ଟ ହୋଇଛି । କେବଳ ହୁୱେଇ ରେ ‌ହିଁ ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୪,୮୪୦ ଜଣଙ୍କ ଶରୀରରେ ଭାଇରସ୍‌ ଥିବାର ଚିହ୍ନଟ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏପରି ଘଟଣା ପ୍ରଥମ ଯାହା ଚୀନ ଏହି ସଂକ୍ରମଣ କୁ ରୋକିବାପାଇଁ ବହୁ ପ୍ରୟାସ କଲେ ମଧ୍ୟ ସମ୍ପୂର୍ଣ ଭାବରେ ଫଳପ୍ରଦ ହୋଇପାରିନାହିଁ । ଏହା ଛଡା ବର୍ତମାନ ଯାଏଁ ଚୀନ ରେ ପ୍ରାୟ ୬୦,୦୦୦ ରୁ ଅଧିକା ଲୋକେ ଏହି କରୋନା ଭାଇରସ ର ସଂକ୍ରମଣ ରେ ଶିକାର ହୋଇସାରିଛନ୍ତି ଏବଂ ବର୍ତମାନ ଯାଏଁ ୧୩୦୦ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହି ସଂକ୍ରମଣ ର ଶିକାର ହୋଇଛନ୍ତି ସିଙ୍ଗାପୁରରେ ୫୦, ହଂକଂରେ ୫୧ , ଥାଇଲାଣ୍ଡ୍‌ରେ ୩୩, ଦକ୍ଷିଣ କୋରିଆରେ ୨୮, ମଲେସିଆରେ ଓ ତାଇୱାନ୍‌ରେ ୧୮, ଭିଏତନାମରେ ୧୬, ଅଷ୍ଟ୍ରେଲିଆ ଓ ଜର୍ମାନୀରେ ୧୪, ଫ୍ରାନ୍ସରେ ୧୧, ମକାଓରେ ୧୦, ବ୍ରିଟେନ୍‌ରେ ଓ ୟୁଏଇରେ ୮ ଏଭଳି ଅନେକ ଦେଶରେ ସଂକ୍ରମଣ ବ୍ୟକ୍ତି ଅଛନ୍ତି ।

ଚୀନ ର ସ୍ୱାସ୍ଥ୍ୟ ବିଭାଗ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହି କରୋନା ଭାଇରସ ବର୍ତମାନ ଭୟଙ୍କର ରୂପ ନେଲାଣି ଏମିତିକି ଯଦି କୌଣସି ସଂକ୍ରମଣ ବ୍ୟକ୍ତିଙ୍କୁ ଛୁଇଁ ଦେଲେ ବା ସଂସ୍ପର୍ଶ ରେ ଆସିଲେ ମଧ୍ୟ ଏହା ଅତି ସହଜରେ ବ୍ୟାପି ଯାଇଥାଏ ଏବଂ ଏହି ସୂଚନା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ (WHO) ମଧ୍ୟ ଜାରି କରିଦେଇଛି ।

Leave a Reply