ମାତ୍ର ୧ ମିନଟ ରେ ରୋବଟ ବଦଳିଯାଉଛି ଗୋଟେ ସ୍ପୋର୍ଟ କାର ରେ।

ଆପଣମାନେ ହଲିଉଡ଼ ଟ୍ରାନ୍ସଫୋର୍ମର ଫିଲ୍ମ ତ ଦେଖିଥିବେ, ଯେଉଁଥିରେ ରୋବଟ ମାନେ ନିଜ ସ୍ୱରୂପ କୁ ବଦଳେଇ କାର ରୁ ଧରି ଅନ୍ୟ ଗାଡି ମାନଙ୍କ ରୂପ ନେଇଥାନ୍ତି। ଏବେ କିଛି ଜାପାନୀ ବୈଜ୍ଞାନିକ ମାନେ ମିଶି ଏମିତି ହି ଗୋଟେ ରୂପ ବଦଳୁ ଥିବା ରୋବଟ ତିଆରି କରିଛନ୍ତି।

ଏହି ରୋବଟ ମାତ୍ର ୬୦ ସେକେଣ୍ଡ ରେ ଗୋଟିଏ ସୁନ୍ଦର ସ୍ପୋର୍ଟ କାର ରେ ପରିବର୍ତିତ ହେଇଯାଉଛି। ପରେ ଏହାକୁ ପୁଣି ରୋବଟ ରୂପ କୁ ବି ବଦଳାଇଯାଇ ପାରେ। କିଛି ଦିନ ତଳେ ଯାପନ ରେ ହେଇଥିବା ଗୋଟେ ଇବେଣ୍ଟ ରେ ଏହି ରୋବଟ କୁ ଦେଖାଇ ଦିଆ ଯାଇଥିଲା।

ଏହି ବିଚିତ୍ର ରୋବଟ ର ବିଷୟରେ ବୈଜ୍ଞାନିକ ମାନେ ସବୁକିଛି କହିଥିଲେ। ଏହି ରୋବଟ ୩.୫ ମିଟର ମାନେ ୧୨ ଫୁଟ ଲମ୍ବା ଅଟେ। ଏହାର ନାମ J. Deite half ରଖାଯାଇଛି। ଏହି ରୋବଟ କାର ରେ ପରିବର୍ତିତ ହେବା ସହ ୬୦ କିଲୋମିଟର ପ୍ରତି ଘଣ୍ଟା ଗତି ରେ ଯାଇପାରେ।

ଏହି ରୋବଟ କୁ ତିଆରି କରିବାରେ ଜାପାନୀ ଇଂଜିନିୟର ମାନେ ଆଉ Breb Robotics ର CEO କେନଜି ଇସଡା ଙ୍କ ବୁଦ୍ଧି ଆଉ ପରିଶ୍ରମ ଲାଗିଛି। କେନଜି ଙ୍କ କହିବା ଅନୁଆରେ ସେ ନିଜେ ଏନିମେସନ ଫିଲ୍ମ ମାନଙ୍କରେ ଟ୍ରାନ୍ସଫୋର୍ମର ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଥିଲେ.

ଏହି ରୋବଟ ୨ ସିଟର ସ୍ପୋର୍ଟ କାର ରେ ବଦଳିଥାଏ। ରୋବଟ ରୂପରେ ୧୦୦ ମିଟର ପ୍ରତି ଘଣ୍ଟା ଗତି ରେ ଚାଲିପାରେ। ଏହାର ପରୀକ୍ଷଣ ଏବେ କରିବା ବାକି ଅଛି। ଏହାର ପ୍ରଥମ ମୋଡଲ ୨୦୧୫ ରେ ଆସିଥିଲା ଆଉ ସମ୍ପୂର୍ଣ୍ଣ ଭାବେ ତିଆରି କରିବାକୁ ୩ ବର୍ଷ ସମୟ ଲାଗିଥିଲା।

Leave a Reply