ଏହି ଭଳି ଖରାପ ଗୁଣ ଥିବା ବ୍ୟକ୍ତି ମାନଙ୍କଠୁ ଦୁରେଇ ଯାଆନ୍ତି ଧନର ଦେବୀ ଲକ୍ଷ୍ମୀ, ଜାଣନ୍ତୁ ସେହି ଗୁଣ ବିଷୟରେ

ଆମ ସମାଜ ରେ ଧନୀ ଓ ଗରିବ ସମସ୍ତ ପ୍ରକାର ବ୍ୟକ୍ତି ବାସ କରନ୍ତି ହେଲେ କିନ୍ତୁ କିଏ ଆଜି ଯିଏ ଗରିବ ତ କାଲି ସିଏ ଧନୀ , ଏହା ପଛରେ ଦୈବିକ ଶକ୍ତି ଅଛି ବୋଲି ବିଶ୍ୱାସ କରାଯାଏ ଏବଂ ଏହା ସହ ନିଜ କର୍ମ ଉପରେ ନିର୍ଭର ବୋଲି ମଧ୍ୟ କୁହାଯାଏ । ସବୁବେଳେ ଅନ୍ୟ ମାନଙ୍କ ର ଚିନ୍ତା କରୁଥିବା ଲୋକ ମାନଙ୍କ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ , ସେ ଯେତେଯାହା କଲେ ମଧ୍ୟ ଲକ୍ଷ୍ମୀ ତାଙ୍କ ଘରେ ପ୍ରବେଶ କରନ୍ତି ନାହିଁ ।

ସ୍ତ୍ରୀ କୁ ଲକ୍ଷ୍ମୀଙ୍କ ଅବତାର ବୋଲି ମାନନ୍ତି , ତେଣୁ ଯେଉଁ ଘରେ ମହିଳା ମାନଙ୍କୁ ସମ୍ନାନ କରାଯାଏ ନାହିଁ , ଲକ୍ଷ୍ମୀ ସେ ଘରେ ବାସ କରନ୍ତି ନାହିଁ ବୋଲି ଆମର ବିଶ୍ଵାସ ମଧ୍ୟ ରହିଛି । ଯେଉଁ ବ୍ୟକ୍ତି ମାନେ ସର୍ବଦା ମିଛ କୁହନ୍ତି , ସେ ଘରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେହି ବ୍ୟକ୍ତି ମାନେ ହିଁ ଦରିଦ୍ର ରେ ଜୀବନ ଜାପାନ କରନ୍ତି ।

ଏବଂ ଏହା ସହ ଏଭଳି ବ୍ୟକ୍ତି ମାନେ ବି ଅଛନ୍ତି ଯେଉଁମାନେ ଦରକାର ଠାରୁ ଅଧିକା ଅହଙ୍କାର କରନ୍ତି କିମ୍ବା ସାମାନ୍ୟ ସଫଳତା ପାଇବା ପରେ ନିଜର ଅହଙ୍କାର କୁ ନିଜ ଆୟତରେ ରଖିପାରନ୍ତି ନାହିଁ , ଏହି ଭଳି ବ୍ୟକ୍ତି ମାନଙ୍କ ଠାରୁ ମଧ୍ୟ ଲକ୍ଷ୍ମୀ ଦେବୀ ତାଙ୍କ ଘରେ ପାଦ ଦିଅନ୍ତି ନାହିଁ । ଶେଷରେ ସେମାନେ ଦରିଦ୍ର ହୋଇଯାନ୍ତି ।

Leave a Reply