ଏହି ବର୍ଷରେ ମୋଟ ଲାଗିଛି ୧୬୫ଟି ଶତକ ମଧ୍ୟରୁ ରୋହିତ-ବିରାଟ ଙ୍କ ମୋଟ ଶତକ ଦେଖି ଆଶ୍ଚର୍ଯ୍ୟ ହେବେ

ଏହି କ୍ୟାଲେଣ୍ଡର ବର୍ଷ ୨୦୧୯ ରେ ସମସ୍ତ ବ୍ୟାଟ୍ସମ୍ୟାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ବିଶେଷକରି ସେ ଲିଷ୍ଟ ମଧ୍ୟରୁ ଭାରତୀୟ ବ୍ୟାଟ୍ସମ୍ୟାନ ଙ୍କ ଦ୍ୱାରା ଆମକୁ ଏହି ବର୍ଷ ସବୁଠୁ ଅଧିକ ଶତକ ଦେଖିବାକୁ ମିଳିଥିଲା। ଏହି କ୍ୟାଲେଣ୍ଡର ବର୍ଷ ୨୦୧୯ ରେ ୱାନଡେ, ଟେଷ୍ଟ ଆଉ ଟି-୨୦ କୁ ମିଶାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ମୋଟ ୧୬୫ଟି ଶତକ ମାରି ଥିବାବେଳେ ରୋହିତ-ବିରାଟ ଙ୍କ ମୋଟା ଶତକ ଦେଖି ଆଶ୍ଚର୍ଯ୍ୟ ହେବେ ଆପଣ।

ସବୁଠୁ ଅଧିକ ଶତକ ଲଗାଇଥିବା ଟପ-୧୦ ବ୍ୟାଟ୍ସମ୍ୟାନ ଙ୍କ ମଧ୍ୟରୁ ଭାରତୀୟ ଟିମ ର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ଶତକ ଲଗାଇଛନ୍ତି,ସେ ୪୧ଟି ମ୍ୟାଚ ରୁ 9 ଶତକ ଆଉ 8 ଅର୍ଧଶତକ ମାରିଛନ୍ତି। ଏବଂ ଅଧିନାୟକ ବିରାଟ କୋହଲି ୪୦ଟି ଇନିଙ୍ଗ ରୁ ୭ ଟି ଶତକ ଓ ୧୧ଟି ଅର୍ଧଶତକ ମାରିଛନ୍ତି ।

ଅଷ୍ଟ୍ରେଲିଆ ର ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ୨୭ ଟି ଇନିଙ୍ଗ ମଧ୍ୟରେ ୫ ଟି ଶତକ ଆଉ ୬ ଟି ଅର୍ଧଶତକ ମାରିଛନ୍ତି । ଏବଂ ପାକିସ୍ତାନ ର ବ୍ୟାଟ୍ସମ୍ୟାନ ବାବର ଆଜମ ୩୬ ଟି ଇନିଙ୍ଗ ମଧ୍ୟରେ ୪ ଟି ଶତକ ଆଉ ୧୧ ଟି ଅର୍ଧଶତକ ମାରିଛନ୍ତି । ଏବଂ ଏରୋନ ଫିଂଚ ୩୧ଟି ଇନିଙ୍ଗ ମଧ୍ୟରେ ୪ ଟି ଶତକ ଆଉ ୮ ଟି ଅର୍ଧଶତକ ମାରିଛନ୍ତି ।

Leave a Reply