ଶାମସାବାଦଠାରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ କୁ ପୋଲିସ ଗୁରୁବାର ରାତିରେ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବାବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଭୋର ପ୍ରାୟ ୩ଟାରୁ ୬ ଟା ମଧ୍ୟରେ ଏହି ଘଟଣା ଘଟିଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଡର କରାଯାଇଛି।

ଏହାକୁ ନେଇ ହାଇଦ୍ରାବାଦ୍ ପୋଲିସକୁ ପ୍ରଶଂସା କରିଛନ୍ତି ମୃତ ଡାକ୍ତରାଣୀଙ୍କ ବାପା। ସେ କହିଛନ୍ତି, ଏହାଦ୍ୱାରା ମୋ ଝିଅକୁ ଶାନ୍ତି ମିଳିବ। ମୃତକଙ୍କ ମା’ ଏବଂ ଭଉଣୀ ମଧ୍ୟ କୋହଭରା କଣ୍ଠରେ କହିଛନ୍ତି, ଏବେ ଶୀଘ୍ର ଦୋଷୀକୁ ଦଣ୍ଡ ମିଳିଥିବାରୁ ଆମେ ଖୁସି। ମୋ ଝିଅ ମଧ୍ୟରେ ଏହା ଦେଖି ନିଶ୍ଚୟ ଖୁସି ହେଉଥିବା ବୋଲି ସେମାନେ କହିଛନ୍ତି।

୨୦୧୨ରେ ଦିଲ୍ଲୀରେ ଘଟିଥିବା ଗଣବଳାତ୍କାର ମାମଲାରେ ନିର୍ଭୟାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ବେଳେ ନିର୍ଭୟାଙ୍କ ମା’ ହାଇଦ୍ରାବାଦ ଘଟଣାରେ ପୋଲିସଙ୍କୁ ସଲାମ କରିଛନ୍ତି। ସେ କହିଛନ୍ତି, ନରରସଂହାର ଘଟାଇଥିବା ଦୋଷୀଙ୍କୁ ଏଭଳି ଦଣ୍ଡ ଦରକାର। ମୁଁ ହାଇଦ୍ରାବାଦ୍ ପୋଲିସ, ସରକାରଙ୍କୁ ଧନ୍ୟବାଦ