୬ ଡିସେମ୍ବର ଠାରୁ ବଦଳିଯିବ JIO ର ଏହି ୮୪ ଦିନ ଵାଲା ପ୍ଲାନ ବର୍ତମାନ ଦେବାକୁ ପଡିବ ଏତେ ଟଙ୍କା, ଆପଣ ମଧ୍ୟ ଜାଣନ୍ତୁ

ଏୟାରଟେଲ, ବୋଡାଫୋନ ଓ ଆଇଡ଼ିଆ କିଛି ଦିନ ପୂର୍ବରୁ ନିଜର ନୂଆ ଟାରିଫ ପ୍ରସ୍ତୁତ କରିଛନ୍ତି, ଯାହାକୁ ଡିସେମ୍ବର 3 ରୁ ଲାଗୁ ହେବ । Reliance Jio ଘୋଷଣା କରିଛି କି ସେ ନିଜ ଯୋଜନାରେ 40% ବୃଦ୍ଧି କରିବ । କିଛି ଦିନ ପୂର୍ବରୁ Jio ଘୋଷଣା କରିଛି କି ସେ ନିଜର ସବୁ ଅସୀମିତ ଯୋଜନାରେ 40% ପର୍ଯ୍ୟନ୍ତ ବୃଦ୍ଧି କରିବ ।

ମହଙ୍ଗା ଟାରିଫ ଡିସେମ୍ବର 6 ରୁ ହେବ ଲାଗୁ :-
Jio ଘୋଷଣା କରିଛି କି ସେ 6 ଡିସେମ୍ବର ରୁ ମହଙ୍ଗା ଟାରିଫ ଲାଗୁ କରିବ । ଏମିତିରେ ଯଦି ଆପଣଙ୍କ Jio ପ୍ଲାନ 6 ଡିସେମ୍ବର 2019 ପୂର୍ବରୁ ଶେଷ ହୋଇଯାଉଛି, ତେବେ ଆପଣ ଆଉ ଗୋଟେ ରିଚାର୍ଜ କରିପାରିବେ ଓ ତାକୁ କ୍ୟୁ ରେ ରଖିପାରିବେ । ଏହା ସହିତ ଆପଣଙ୍କୁ 6 ଡିସେମ୍ବର ପରେ ମହଙ୍ଗା ରିଚାର୍ଜ କରିବାକୁ ପଡିବ ନାହିଁ ।

84 ଦିନ ର ଯୋଜନା ରେ ହେବ ଏତିକି ଖର୍ଚ :-
Reliance Jio ମହଙ୍ଗା ଟାରିଫ ଲାଗୁ କରିବାର ଘୋଷଣା କରିଦେଇଛି । ଅନ୍ୟ ପଟେ Jio ପ୍ଲାନ ର ନୂଆ ଅନୁମାନିକ ମୂଲ୍ୟ ଆରମ୍ଭ କରିଦେଇଛି । 84 ଦିନ ଯୋଜନା ର ନୂଆ ମୂଲ୍ୟ 40% ବୃଦ୍ଧି ସହ ପାଖାପାଖି 558 ଟଙ୍କା ହେବ । ବର୍ତମାନ ପର୍ଯ୍ୟନ୍ତ Jio ଗ୍ରାହକ ଶସ୍ତା ଅଫର ର ଲାଭ ଉଠାଉଥିଲେ କିନ୍ତୁ ଏବେ ତାଙ୍କୁ ମହଙ୍ଗା ରିଚାର୍ଜ କରିବାକୁ ପଡିବ । ଟାରିଫ ସଂଶାେଧନକୁ ନେଇ ରହିଥିବା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସେବା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply