ଏଭଳି ଏକ ଲଜ୍ଜାଜନକ ଘଟଣା ଅର୍ଥ ପାଇଁ ମହାରାଷ୍ଟ୍ରର ପୂର୍ବ ମୁମ୍ବାଇର ମାନଖୁର୍ଦରେ ଦେଖିବାକୁ ମିଳିଛି । ସେଠାରେ ଜଣେ ନାବାଳିକା ନିଜର ମା’ ବିରୋଧରେ ଆଣିଛି ବଳପୂର୍ବକ ଦେହବେପାର କରିବାକୁ ବାଧ୍ୟ କରିବାର ଅଭିଯୋଗ । କେବଳ ସେତିକି ନୁହେଁ ନାବାଳିକା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛି କି ତା’ର ମା’ ତାକୁ ଟଙ୍କା ପାଇଁ ଜଣେ ବୟସ୍କ ଲୋକଙ୍କୁ ବିକ୍ରି କରିଦେଇଥିଲ । ପୋଲିସର ସୂଚନା ଅନୁସାରେ, ୧୬ ବର୍ଷୀୟ ପୀଡିତାଙ୍କୁ ତାଙ୍କର ମା’ ଗତ ବର୍ଷ ଜଣେ ଯୁବକ ସହିତ ବିବାହ କରିଦେଇଥିଲେ । ତେବେ ତାଙ୍କର ସ୍ବାମୀ ବଳପୂର୍ବକ ଭାବରେ ଶାରିରୀକ ସମ୍ପର୍କ ରଖିବାକୁ ମାରପିଟ୍ ମଧ୍ୟ କରୁଥିଲେ । ଯାହାଫଳରେ ସେ ଏସବୁରେ ଅସ୍ତବ୍ୟସ୍ତ ହୋଇ କିଛି ଦିନ ତଳେ ତାଙ୍କ ମା’ ନିକଟକୁ ପଳାଇ ଆସିଥିଲେ ।
ତେବେ ନିଜ ଘରେ ମଧ୍ୟ ତାଙ୍କୁ ନିର୍ଯ୍ୟାତନା ଦେବା ବନ୍ଦ ହୋଇନଥିଲା । ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହିତ ତାଙ୍କର ଭାଇ ମଧ୍ୟ ଦୁଷ୍କର୍ମ କରୁଥିଲେ । କିଛି ମାସ ପରେ ତାଙ୍କ ମା’ ଜଣେ ଦଲାଲ ପାଖକୁ ନେଇଯାଇଥିଲେ । ଯେଉଁଠି ତାଙ୍କୁ ଦେହ ବ୍ୟାପର ପାଇଁ ବାଧ୍ୟ କରାଯାଇଥିଲା ।ଏହାପରେ ତାଙ୍କର ମା’ ତାଙ୍କୁ ଜଣେ ୬୦ ବର୍ଷର ବୃଦ୍ଧ ଙ୍କୁ ବିକ୍ରି କରିଦେଇଥିଲେ, ଯିଏକି ତା ସହିତ ଜବରଦସ୍ତି ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଗତ ଶନିବାର ଘରୁ ପଳାଇ ଆସି ପୋଲିସ ଷ୍ଟେସନରେ ପହଁଞ୍ଚିଥିଲେ । ସେଠାରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।
ସମସ୍ତଙ୍କୁ ରବିବାର ଦିନ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ କୋର୍ଟ ସେମାନଙ୍କୁ ୩ ଦିନ ପାଇଁ ହାଜତକୁ ପଠାଇ ଦେଇଥିଲେ । ପୀଡିତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଇ ଦିଆଯାଇଛି । ଏହା ମଧ୍ୟ ତଦନ୍ତ କରଯାଉଛି କି, ତାଙ୍କର ପରିବାର ଲୋକ କୌଣସି ସେକ୍ସ ରାକେଟରେ ନାହାନ୍ତି ତ ? ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଦିଆଯାଇଛି ।