ଅକ୍ଷୟ କୁମାର ଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ଫିଲହାଲ’ ଯେମିତି ଦୁନିଆରେ ସଫଳତାର ଅସଲି ଅର୍ଥ ହୋଇଯାଇଛି । ଏହା ବହୁତ ଜଲ୍ଦୀ 100 ମିଲିୟନ ଭିୟୁ ପାଇଥିବା ମ୍ୟୁଜିକ ଭିଡିଓ ହୋଇଗଲା । ଏହି ଗୀତରେ ମ୍ୟୁଜିକ ଭିଡିଓ ଦୁନିଆରେ ଖାଲି ଅକ୍ଷୟ କୁମାର ନୁହଁ, କୃତି ସେନନ ଙ୍କ ଭଉଣୀ ନୂପୁର ସେନନ ମଧ୍ୟ ଡେବ୍ୟୁ କରିଛନ୍ତି । ଗୀତରେ ନୂପୁର ଙ୍କ ଅଭିନୟ ର ଖୁବ ପ୍ରଶଂସା କରାଯାଉଛି ।

କିଛି ଦିନ ପୂର୍ବରୁ ନୂପୁର ନିଜ ଡେବ୍ୟୁ ବିଷୟରେ ‘ପିଂକବିଲା’ କୁ ଇଣ୍ଟରବ୍ୟୁ ଦେଇଥିଲେ । ନୁପୁର କହିଲେ ଅସଲି ଜୀବନରେ ମଧ୍ୟ ତାଙ୍କ ହୃଦୟ ଭାଙ୍ଗିଯାଇଛି ପରନ୍ତୁ ସେ ଭଲପାଇବା ଏତେ ସଚ୍ଚୋଟ ନଥିଲା । ଏବେ ନୂପୁର ଭଲପାଇବା ଚକ୍କର ରେ ନପଡ଼ି ନିଜ କାମ ପ୍ରତି ଧ୍ୟାନ ଦେବାକୁ ଚାହୁଁଛନ୍ତି । ନୂପୁର ଏହା ମଧ୍ୟ କହିଲେ ସୁଟିଂ ସମୟରେ ଅକ୍ଷୟ ତାଙ୍କ ସହିତ କେମିତି ବ୍ୟବହାର କରିଥିଲେ ।

ନୁପୁର କହିଲେ “ମୁଁ ନର୍ଭସ ଥିଲି କାହିଁକିନା ପ୍ରଥମଥର ଅଭିନୟ କରୁଥିଲି ଓ ତାହା ମଧ୍ୟ ଏତେ ବଡ ସୁପରଷ୍ଟାର ଙ୍କ ସହିତ, ସୁଟିଂ କରିବା ସମୟରେ ଅକ୍ଷୟ ମୋ ସହିତ ବହୁତ ମଜାକ କରୁଥିଲେ ଓ ହସେଇ-ହସେଇ ବହୁତ କମ୍ଫଟେବଲ କରିଦେଲେ ” । ଏଥିରୁ ଜଣାପଡିଲା କି ଅକ୍ଷୟ ବହୁତ ସଫଳତା ପାଇବା ପରେ ମଧ୍ୟ ବିଲକୁଲ ଘମଂଡ କରୁନାହାନ୍ତି ଓ ସମସ୍ତଙ୍କ ସହିତ ଏକାପ୍ରକାର ର ବ୍ୟବହାର କରୁଥିଲେ, ସେ କଳାକାର ହୋଇଥାଉ କି ନ ହୋଇଥାଉ । ନୁପୁର କହିଲେ କି ତାଙ୍କ ଭଉଣୀ କୃତି ସେନନ ଏହି ଭିଡିଓ ଦେଖି ବହୁତ ଖୁସି ହୋଇଥିଲେ ଓ ପ୍ରଶଂସା କରିବାକୁ ଲାଗିଥିଲେ ।