ଆପଣ ଜାଣିନଥିବେ ଅର୍ଜୁନ ଙ୍କ ବ୍ୟତୀତ ଏହି ୪ ଜଣ ବ୍ୟକ୍ତିଙ୍କୁ ଭଗବାନ ଶ୍ରୀକୃଷ୍ନ ନିଜ ବିରାଟ ରୂପର ଦର୍ଶନ ଦେଇଥିଲେ

ମହାଭାରତ ର ମହାକଥା ରେ ଆଜି ମଧ୍ୟ କେତେ ରହସ୍ୟ ନିଜ ଭିତରେ ଲୁଚି ରହିଛି । ମହାଭାରତର ପ୍ରଳୟଙ୍କାରୀ ଯୁଦ୍ଧରେ ଅର୍ଜୁନ ଙ୍କ ଛଡା କେତେ ଯୋଦ୍ଧା ଙ୍କୁ ଭଗବାନ ଶ୍ରୀକୃଷ୍ଣ ନିଜର ବିରାଟ ରୂପ ର ଦର୍ଶନ ଦେଇଥିଲେ । ଆସନ୍ତୁ ଜାଣିବା କିଏ ଥିଲେ ସେହି ଯୋଦ୍ଧା

କୁହାଯାଉଛି ଯେଉଁ ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜର ବିରାଟ ରୂପ ର ଦର୍ଶନ ଅର୍ଜୁନ କୁ ଦେଉଥିଲେ ସେହି ସମୟରେ ଅନ୍ୟ ସମସ୍ତେ ଅଚେତ ହୋଇଯାଇଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଦୁର୍ଯ୍ୟଧନ କୁ କହିଥିଲେ କି ତମେ ସବୁ ଜାଣିଥିଲେ ମଧ୍ୟ ଅଜ୍ଞାନୀ ଅଛ । ମୁଁ ତମ ପାଖରେ ସବୁବେଳେ ଥିଲି କିନ୍ତୁ ତମେ ମତେ ଚିନ୍ହିପାରିଲ ନାହିଁ । ଭଗବାନ ଙ୍କ ବିରାଟ ରୂପର ଚାରିପଟୁ ଅଗ୍ନି ବାହାରୁଥିଲା । ଭଗବାନ ଙ୍କ କପାଳରେ ତ୍ରିଦେବ ଥିଲେ ଓ ସବୁ ଲୋକପାଳ ତାଙ୍କ ହାତରେ ବିଦ୍ୟମାନ ଥିଲେ । ଭଗବାନ ଙ୍କ ମୁହଁରୁ ଅଗ୍ନି ବାହାରୁଥିଲା ।

ଭଗବାନ ଶ୍ରୀକୃଷ୍ଣ ଙ୍କର ଏହି ବିରାଟ ରୁପ ର ଦର୍ଶନ ଦ୍ରୋଣାଚାର୍ଯ୍ୟ ଓ ଭୀଷ୍ମ ପିତାମହ ମଧ୍ୟ କରିଥିଲେ । ଏହାଛଡା ରାଜମହଲ ରେ ବସିଥିବା ଧୃତରାଷ୍ଟ୍ର ଙ୍କୁ ଯୁଦ୍ଧର ପ୍ରତି କ୍ଷଣର ସଚିତ୍ର ବର୍ଣନା କରୁଥିବା ବିଦୁର କୁ ମଧ୍ୟ ବିରାଟ ରୁପ ର ଦର୍ଶନ ହୋଇଥିଲା । ତେବେ ଧୃତରାଷ୍ଟ୍ର ଭଗବାନ ଶ୍ରୀକୃଷ୍ଣ ଙ୍କୁ ନିବେଦନ କରିଥିଲେ କି ମୁଁ ମଧ୍ୟ ଆପଣଙ୍କର ବିରାଟ ରୁପ ର ଦର୍ଶନ କରିବାକୁ ଚାହେଁ, ତେବେ ଭଗବାନ ଶ୍ରୀକୃଷ୍ଣ ଧୃତରାଷ୍ଟ୍ର ଙ୍କୁ କିଛି ସମୟ ପାଇଁ ଦିବ୍ୟ ଚକ୍ଷୁ ଦେଇଥିଲେ ।

Leave a Reply