ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି! ଏଣିକି ଅବିବାହିତା ମହିଳାମାନେ ନିଜ ଇଚ୍ଛା ଅନୁସାରେ କରିପାରିବେ ଗର୍ଭପାତ, ଜାଣନ୍ତୁ ପୂରା ଖବର

ଏଣିକି ଅବିବାହିତା ମହିଳାମାନଙ୍କୁ ମଧ୍ୟ ଆଇନ ଅନୁଯାଇ ଗର୍ଭପାତ କରାଇବାର ହକ୍ ମିଳିବ। ଏଥିନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟଙ୍କ କହିବା ଅନୁଯାଇ ଦେଶର ସମସ୍ତ ମହିଳାମାନଙ୍କର ଗର୍ଭପାତ କରାଇବାର ଅଧିକାର ରହିଛି। ସେ ବିବାହିତା ହୁଅନ୍ତୁ ଅଥବା ଅବିବାହିତା ମହିଳାମାନେ ଗର୍ଭଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ନିଜର ଗର୍ଭପାତ କରାଇ ପାରିବେ।

ଏକ ମାମଲାର ଶୁଣାଣି କରିବାକୁ ଯାଇ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରକୃତରେ ଜଣେ ୨୫ ବର୍ଷୀୟା ଅବିବାହିତା ଯୁବତୀ ନିଜର ଗର୍ଭପାତ କରାଇବା ପାଇଁ ଦିଲ୍ଲୀ ହାଇକୋର୍ଟର ଅନୁମତି ମାଗିଥିଲେ। ପ୍ରଥମେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ପରେ ଯୁବତୀ ଜଣକ ସୁପ୍ରିମକୋର୍ଟର ଦ୍ୱାରାସ୍ତ ହୋଇଥିଲେ ଯେଉଁଠାରେ ନିଷ୍ପତ୍ତି ତାଙ୍କ ସପକ୍ଷରେ ଯାଇଥିଲା।

କୋର୍ଟ କହିବା ଅନୁଯାଇ ବିବାହିତା ମହିଳାଙ୍କୁ ଗର୍ଭପାତ କରିବାର ଅଧିକାର ଦେବା ଏବଂ ଅବିବାହିତାଙ୍କୁ ଏହାଠାରୁ ଦୂରେଇ ରଖିବା ଅନୁଛେଦ ୧୪ କ୍ରମରେ ସମାନତା ଅଧିକାରର ଉଲଙ୍ଘନ ହେବ। ଏହା ବ୍ୟତୀତ ବିବାହିତା ମହିଳାଙ୍କ ବିନା ଅନୁମତିରେ ସ୍ୱାମୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବିବେଚନା କରାଯିବ ବୋଲି କୋର୍ଟ କହିଛନ୍ତି।

Leave a Reply