ବାହାଘର ଭୋଜିରେ ଅଜବ ବ୍ୟବସ୍ଥା! ଆଧାର କାର୍ଡ଼ ବିନା ଭୋଜି ଖାଇବା ମନା…..

ଝିଅ ବାହାଘରରେ କେତେ ଯେ ଖର୍ଚ୍ଚ ହୋଇଥାଏ ତାହା କେବଳ କନ୍ୟା ଘର ଲୋକେ ହିଁ ହୃଦୟଙ୍ଗମ କରିପାରିବେ। ଖାସ୍ କରି ନିମନ୍ତ୍ରିତ ଅତିଥି ଏବଂ ବରଯାତ୍ରୀଙ୍କ ଖାଇବା ପାଇଁ ଭୋଜିରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ। କିନ୍ତୁ, ସାମାନ୍ୟ ଅବ୍ୟବସ୍ଥା ସବୁକିଛି ବିଗାଡ଼ି ଦେଇଥାଏ। ଭୋଜିରେ ଖାଦ୍ୟ ଅଭାବ ହେଲେ କନ୍ୟା ପକ୍ଷ ଲୋକଙ୍କୁ ନିନ୍ଦା ଅପମାନର ସମ୍ମୁଖୀନ ହେବାକୁ ପଡିଥାଏ।

ତେବେ, ବିନା ନିମନ୍ତ୍ରଣରେ ଭୋଜିରେ ସାମିଲ ହେଉଥିବା ଲୋକଙ୍କୁ ରୋକିବା ପାଇଁ ଉତ୍ତରପ୍ରଦେଶର ଏକ ଭୋଜିରେ ଅଜବ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଉତ୍ତରପ୍ରଦେଶ ଅମ୍‌ରୋହା ଜିଲ୍ଲାରେ ହେଉଥିବା ଏହି ଭୋଜିରେ ଖାଇବା ପାଇଁ ନିଜର ଆଧାର କାର୍ଡ଼ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା। ଅବଶ୍ୟ ଭୋଜି ଆରମ୍ଭରୁ ଏଭଳି ବ୍ୟବସ୍ଥା କରାଯାଇନଥିଲେ ହେଁ କିଛି ଅପ୍ରୀତିକର ପରିସ୍ଥିତି ପାଇଁ ଆୟୋଜକଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡିଥିଲା।

ପ୍ରକୃତରେ ଘଟଣା ମୁତାବକ ସମ୍ପୃକ୍ତ ମଣ୍ଡପରେ ଦୁଇ ଦୁଇଟି ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ୨ ବରଯାତ୍ରୀ ଦଳ ୨ଟି ବାହାଘରକୁ ଆସିଥିଲେ। କିନ୍ତୁ, ଭାଗ୍ୟକୁ ଦୁଇ ବରଯାତ୍ରୀ ଦଳ ଗୋଟିଏ ଗାଁ ହଂସପୁରରୁ ଆସିଥିଲେ। ତେଣୁ, ନିମନ୍ତ୍ରିତ ଅତିଥିଙ୍କୁ ଚିହ୍ନଟ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଏଥିପାଇଁ କନ୍ୟାପକ୍ଷ ଲୋକେ ଭୋଜି ଖାଇବା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରିଦେଇଥିଲେ। ଅବଶ୍ୟ ଏଥିପାଇଁ କିଛି ଲୋକଙ୍କୁ ଭୋଜିନଖାଇ ଫେରିବାକୁ ପଡ଼ିଥିଲା। କିନ୍ତୁ, କନ୍ୟା ପକ୍ଷ ଲୋକେ ଏହାକୁ ସମ୍ଭାଳି ନେଇଥିଲେ।

Leave a Reply