ଅସୁସ୍ଥ ହୋଇ ଡାକ୍ତରଖାନାରେ ଆଡମିଟ୍ ହୋଇଛନ୍ତି ଓଲିଉଡ ଷ୍ଟାର ଅଭିନେତା ବାବୁସାନ ମହାନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବାବୁସାନଙ୍କ ଶରୀରରେ ହଠାତ ଅକ୍ସିଜେନର ଅଭାବ ଦେଖା ଦେବାରୁ ତାଙ୍କୁ ଗତ ୬ ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାଇ ବାବୁସାନ ଏକ ଚଳଚିତ୍ରର ପ୍ରମୋସନ୍ ପାଇଁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ। ଘରକୁ ଫେରିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ବାବୁସାନ, ସ୍ତ୍ରୀ ତୃପ୍ତି ଏବଂ ଅଭନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏପରିକି ପ୍ରକୃତି ତୃପ୍ତିଙ୍କ ବିପକ୍ଷରେ ମାନହାନୀ ଅଭିଯୋଗ ମଧ୍ୟ ଆଣିଛନ୍ତି। ଏପର୍ଯ୍ୟନ୍ତ ଏହି ସବୁ ବିବାଦର ଅନ୍ତ ଘଟିନଥିବା ବେଳେ ବାବୁସାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏଥିସହିତ ତାଙ୍କ ସହ କଳାକାର ଏବଂ ଶୁଭେଛୁ ମାନେ ବାବୁସାନଙ୍କ ଆରୋଗ୍ୟ କାମନା କରିଛନ୍ତି।