ଖାଉଟି ଙ୍କର ଉପରେ ମହଙ୍ଗା ମାଡ |ବଢିଲା ରନ୍ଧନ ଗ୍ୟାସ ର ମୂଲ୍ୟ ସିଲିଣ୍ଡର ପିଛା ବଢିଛି 50 ଟଙ୍କା|ଏହି ବର୍ଦ୍ଧିତ ଦର ସୋମବାର ମଧ୍ୟ ରାତ୍ରି ରୁ ଲାଗୁହୋଇଛି | ଏହା ପୂର୍ବରୁ ଦିଲ୍ଲୀରେ ଗୋଟିଏ ଘରୋଇ ସିଲିଣ୍ଡରର ଦାମ୍ ୬୯୪ ଟଙ୍କାରୁ ବୃଦ୍ଧି କରାଯାଇ ୭୧୯ ଟଙ୍କା କରାଯାଇଥିଲା ।ଏବେ ଓଡିଶାରେ ଗୋଟିଏ ଗ୍ୟାସ ସିଲିଣ୍ଡର ର ମୂଲ୍ୟ ରହିଛି 745 ଟଙ୍କା 50 ପଇସା |
ଗତ 15 ଦିନ ମଧ୍ୟରେ ରନ୍ଧନ ଗ୍ୟାସ ଦୁଇ ଥର ବଢିସାରିଲାଣି |ଆପଣ ମାନେ ଜାଣିଥିବେ ଗତ 4 ତାରିଖରେ ଗ୍ୟସ କମ୍ପାନୀ ଦର ବଢାଇଥିଲେ |ଏହି 4 ତାରିଖ ରେ କମ୍ପାନୀ ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି କରିଥିଲା |
ଆପଣ ମାନେ ଜାଣିଥିବେ ଏବେ ଯେଉଁ ମହଙ୍ଗା ମାଡ ହେଉଛି ତାହାକୁ ନେଇ ଖାଉଟି ଅସନ୍ତୁଷ୍ଟ ଅଛନ୍ତି |ତେବେ ଗୋଟିଏ ପଟେ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଅନ୍ୟପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଖାଉଟି ଙ୍କର ଚିନ୍ତା ବଢେଇଲାଣି |ତେବେ ତୈଳ କମ୍ପାନୀ ପେଟ୍ରୋଲ ଲିଟର ପିଛା 29 ପଇସା ବଢେଇଥିବାବେଳେ ଡିଜେଲ ଲିଟର ପିଛା 32 ପଇସା ବୃଦ୍ଧି ହୋଇଛି |