କାକଟପୁର ମା ମଙ୍ଗଳା ଙ୍କର ଏମିତି କିଛି ଅଲୌକିକ ଲୀଳା ରହିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ……

ଆପଣ ମାନେ ସମସ୍ତେ କାକଟପୁର ମା ମଙ୍ଗଳାଙ୍କ ବିଷୟରେ ଜାଣିଥିବେ।ଏହି କାକଟପୁର ମା ମଙ୍ଗଳା ମନ୍ଦିର ବହୁତ ପ୍ରାଚୀନ ଯୁଗର ମନ୍ଦିର।ଆପଣ କେବେ ଏହା ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଛନ୍ତି କି।ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ମନ୍ଦିର ର କିଛି ଅଲୌକିକ କଥା କହିବୁ।ତେବେ ଡେରି ନ କରି ଆସନ୍ତୁ ଜାଣିବା।

ଆମେ ଆପଣଙ୍କୁ ପ୍ରଥମେ କହି ରଖୁଛୁ କି କାକଟପୁର ର ନାମ ଆଗରୁ କାକଟପୁର ନଥିଲା।ଏହି ଜାଗାର ବାସ୍ତବିକ ନାମ ଥିଲା ମଙ୍ଗଳପୁର ଯାହା କି ଏବେ କାକଟପୁର ନାମରେ ପରିଚିତ।ଏହି କାକଟପୁର ଗ୍ରାମ ଟି ପ୍ରାଚୀ ନଦୀ କୁଳରେ ଅବସ୍ତିତ।ଏହି ନଦୀରେ ଥରେ ଏକ ବନ୍ୟା ଆସିଥିଲା।

ଏହି ବନ୍ୟା ସମୟରେ ଜଣେ ନାବିକ ନିଜର ନାଆ ଧରି ନଦୀରେ ଯାଉଥିଲେ।ବନ୍ୟା ଜଳରେ ବହୁତ ମାତ୍ରାରେ ସ୍ରୋତ ହେଉଥିବାରୁ ସେ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ନଥିଲେ।କିନ୍ତୁ ହଠାତ ନଦୀର ସ୍ରୋତ ସ୍ଥିର ହୋଇଯାଇଥିଲା।ଯେଉଁ କାରଣ ରୁ ସେ ବଞ୍ଚି ପାରିଥିଲେ।ସେ ନିଜେ ନାବିକ ଜଣଙ୍କ ଜାଣି ପାରିନଥିଲେ କି ସେ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ବୋଲି। କିନ୍ତୁ ଦିନେ ମା ତାଙ୍କୁ ସ୍ୱପ୍ନାଦେଶ କରି ପ୍ରାଚୀ ନଦୀ ଗର୍ଭରୁ ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ରେ ସ୍ଥାପନା କରିବା କଥା କହିଥିଲେ ।

ଓ ସେ ନାବିକ ଜଣଙ୍କ ପ୍ରାଚୀ ନଦୀ ଗର୍ଭରୁ ମା ଙ୍କୁ ଆଣି ମଙ୍ଗଳପୁର ରେ ସ୍ଥାପନ କରିଥିଲେ।ଯେଉଁଥି ପାଇଁ ମା ଙ୍କର ନାମ ମଙ୍ଗଳା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରାଚୀ ନଦୀ ଉପରକୁ ଏକ କାକ ଯାଇଥିଲା କିନ୍ତୁ ତାହା ଫେରି ନଥିଲା ସେଇ କାକ ଟି ନଦୀରେ ଅଦୃଶ୍ୟ ହୋଇଯାଇଥିଲା ତେବେ ସେବେ ଠାରୁ ମଙ୍ଗଳପୁର ର ନାମ କାକଟପୁର ହୋଇଛି।

Leave a Reply