ଆପଣ ମାନେ ଜାଣିଥିବେ ଗୋଟିଏ ଛୋଟ ପିଲା ଜନ୍ମ ହେବା କେତେବଡ ଭାଗ୍ୟର କଥା ହୋଇଥାଏ।ଶିଶୁ ଟି ଜନ୍ମ ହେବା ମାତ୍ରେ ନିଜ ମା ର ଖୁବ ନିକଟ ତର ରହିଥାଏ ।ଛୋଟ ପିଲାଟି ଜନ୍ମ ହେବା ମାତ୍ରେ ବହୁତ ଗୁଡିଏ ଜିନିଷ ର ଆବଶ୍ୟକତା ରଖିଥାଏ ।ତାର ଏହି ଆବଶ୍ୟକତା ଗୁଡିକ ତା ମା ପୁରଣ କରିଥାଏ।ପିଲାଟି ଜନ୍ମ ହେବା ପରେ ତାର ସବୁ କିଛି ଜତ୍ନ ତା ମା ନେଇଥାଏ କାରଣ ପିତା ସବୁ କାମ କରିକି ପିଲାଟିର ଯତ୍ନ ନେବା ସମ୍ଭବ ପର ହୋଇନଥାଏ।ନିଜ ପିଲାଙ୍କୁ ମା ଯେମିତି ସମୟ ଦେଇଥାଏ ସେମିତି ସମୟ ଆଉ କେହି ଦେଇପାରନ୍ତି ନାହିଁ।
ଆପଣ ମାନେ କୋଉଠି ଦେଖିଛନ୍ତି କି ଗୋଟିଏ ପିତା ତାର ସବୁ କାମ ସାରିକି ତାକୁ ସାଥିରେ ଧରି ପିଲାଙ୍କୁ ପାଠ ପଢ଼ିବାର ।ତେବେ ଏମିତି ଏକ ଖବର କହିବୁ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେଉଛି।
ଏହି ପିତାଙ୍କର ପ୍ରେମ ଦେଖି ସବୁଆଡୁ ପ୍ରଶଂସା ର ସୁଅ ଛୁଟୁଛି। ଶିଶୁକୁ କୋଳ ରେ ନେଇ କଲେଜରେ ପଢ଼ାଉଛନ୍ତି ଏହି ପିତା ଜଣଙ୍କ।କିନ୍ତୁ ଏହା ପଛରେ ରହିଛି ଏକ କରୁଣ କାହାଣୀ।ଏହି ଛୋଟ ଶିଶୁ ଟିର ମା ଏ ଦୁନିଆରେ ନାହାନ୍ତି।ଶିଶୁ ଟି ଜନ୍ମ ହେବା ପରେ ତାର ମା ମୃତ୍ୟୁ ବରଣ କରିଛନ୍ତି।ତେଣୁ ଏହି ପିଲାଟି ର ସବୁ ଦାୟିତ୍ୱ ତାଙ୍କର ପିତା ନେଉଛନ୍ତି।
ଏହି ପିତା ଜଣଙ୍କ ପେଶା ରେ ଜଣେ ଶିକ୍ଷକ ।ଓ ସେ ତାଙ୍କ ଛୋଟ ଶିଶୁ ଟିର ସବୁ ଯତ୍ନ ନେବା ସହ କଲେଜ ରେ ପାଠ ପଢ଼ାଉଛନ୍ତି।ତେବେ ତାଙ୍କର ଏହି ମହତ୍ତ୍ୱ କାମ କୁ ନେଇ ଲୋକମାନେ ସୋସିଆଲ ମିଡ଼ିଆ ରେ ଏହି ଫଟ କୁ ବହୁ ମାତ୍ରାରେ ସେୟାର କରୁଛନ୍ତି।