6 ମାସ ପୂର୍ବରୁ ହିଁ ସୁଶାନ୍ତ ସିଂ ରାଜପୁତ ବାନ୍ଦ୍ରାସ୍ତିତ ଘରକୁ ସିଫ୍ଟ ହୋଇଥିଲେ,ସେ ଘରର ଭଡା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

Sushant Singh Rajput

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ହଠାତ୍ ଖବର ସାରା ଦେଶରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଘଟଣାର ଅନୁସନ୍ଧାନ ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ଡିସିପି ଅଭିଷେକ ତ୍ରିମୁକେ କହିଛନ୍ତି ଯେ ପ୍ରଥମ ଦେଖାରେ ଏହି ଘଟଣା ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ ଉଦ୍ଧାର କରାଯାଇ ନାହିଁ।

ଖବର ଅନୁଯାୟୀ, ସେ ଚାପରେ ଥିଲେ ଏବଂ ଅନେକ ମାସ ଧରି ଡିପ୍ରେସନରେ ପୀଡିତ ଥିଲେ। ସୁଶାନ୍ତ ବାନ୍ଦ୍ରାବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟ କୁ 6 ମାସ ପୂର୍ବରୁ ସିଫ୍ଟ ହୋଇଥିଲେ ଏବଂ ଏହାର ଭଡା ମାସକୁ ପ୍ରାୟ 4.51 ଲକ୍ଷ ଟଙ୍କା ଥିଲା ବୋଲି ଜଣା ପଡିଛି ।

Leave a Reply