ପାକିସ୍ତାନରେ ଏକ ଅସାଧାରଣ ଏବଂ ବିଚିତ୍ର ଘଟଣା ଗଧକୁ ଗିରଫ କଲା ପୋଲିସ ସୋସିଆଲ ମିଡିଆରେ ଭାଇରଲ ଏହି ଭିଡିଓ

Donkey arrested for 'gambling' in Pakistan

ପାକିସ୍ତାନରୁ ଏକ ଅସାଧାରଣ ଏବଂ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜୁଆ ଖେଳରେ ଅଂଶଗ୍ରହଣ କରିଥିବା ପାକିସ୍ତାନରେ ଏକ ଗଧକୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅଭିଯୁକ୍ତଙ୍କ ସହ ପଶୁମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଭିଡିଓକୁ ସାମ୍ବାଦିକ ନାଇଲା ଇନାୟତ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ଅନ୍ୟ ଅଭିଯୁକ୍ତଙ୍କ ସହ ପଶୁଙ୍କ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି।

ତାଙ୍କ ପୋଷ୍ଟରେ ପାକିସ୍ତାନର ଏକ ସମ୍ବାଦ ସଂଗଠନ ସମା ଟିଭିର ଏକ ଲିଙ୍କ୍ ମଧ୍ୟ ସେୟାର କରି ଏହି ଘଟଣାର ବିବରଣୀ ଦେଇଛନ୍ତି। ପାକିସ୍ତାନୀ ଚ୍ୟାନେଲ ସମା ଟିଭି ଅନୁଯାୟୀ, ପୋଲିସ ର ଚଢ଼ାଉ ପରେ ଅଭିଯୁକ୍ତଙ୍କ ସହ ପୋଲିସ ମଧ୍ୟ ଗଧକୁ ଗିରଫ କରିଛି। ଏଥି ସହ 1 ଲକ୍ଷ 20 ହଜାର ଟଙ୍କା ମୂଲ୍ୟର ନଗଦ ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି।

ପୋଲିସର ସୂଚନାନୁସାରେ, ଗଧ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। SHO ଅନୁଯାୟୀ, ଗଧର ନାମ ମଧ୍ୟ FIR ରେ ଅନ୍ତର୍ଭୁକ୍ତ । ସେୟାର ହେବା ପରଠାରୁ ଏହି ଭିଡିଓ ଟ୍ୱିଟରରେ ବିଭିନ୍ନ ମନ୍ତବ୍ୟ ସୃଷ୍ଟି କରିଛି। ଏଭଲିକି ବହୁ ୟୁଜର୍ସ କମେନ୍ଟ ମଧ୍ୟ କରିଛନ୍ତି ।

Leave a Reply