ବଲିଉଡର ଚକୋଲେଟ୍ ହିରୋ ରଣବୀର କପୁର ବହୁତ ଲୋକପ୍ରିୟ କେବଳ ବଲିଉଡ ରେ ନୁହନ୍ତି ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ହେତୁ ରଣବୀର ସବୁବେଳେ ହେଡଲାଇନରେ ରହିଛନ୍ତି, ଏମିତିକି ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ବେଶ ପସନ୍ଦ କରିଥାନ୍ତି ।

ରଣବୀର କପୁର ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତା ।

ରଣବୀର କପୁର ସାୱରିଆ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ।

ଚଳଚ୍ଚିତ୍ର ପାଇଁ ରଣବୀର କପୁରଙ୍କୁ 5 ଟି ଫିଲ୍ମଫେୟାର ପୁରସ୍କାର ମିଳିଛି । ରଣବୀର ଏପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି।

ରଣବୀର କପୁର ଦୀର୍ଘ ଦିନ ଧରି ଆଲିଆ ଭଟ୍ଟଙ୍କୁ ଡେଟ କରୁଥିଲେ। ତାଙ୍କ ପିତା ଋଷି କପୁରଙ୍କ ମୃତ୍ୟୁ ପରଠାରୁ ଆଲିଆ ପୁରା କପୁର ପରିବାର ସହିତ ଅନେକ ଥର ନଜର ଆସିଛନ୍ତି।

ରଣବୀରଙ୍କ ଆଗାମୀ ଚଳଚ୍ଚିତ୍ରରେ ବ୍ରହ୍ମାସ୍ତ୍ର ରେ ଲେଡି ଆଲିଆଙ୍କ ସହ ନଜର ଆସିବେ ।