ଆତଙ୍କବାଦୀମାନେ ପୁଣି ଥରେ ପୁଲୱାମା ଏକ ବଡ ଧରଣର ବିସ୍ପୋରଣ କରିବାକୁ ଷଡଯନ୍ତ୍ର ରଚିଥିଲେ,ହେଲେ କିନ୍ତୁ ସେମାନଙ୍କର ଏହି ଯୋଜନା ବିଫଳ ହୋଇଥିଲେ, IED କୁ ଠିକ୍ ସମୟରେ ନଷ୍ଟ କରିଥିଲା ଭାରତୀୟ ସେନା, ସୂଚନାନୁସାରେ, IED ଧ୍ୱଂସ ସମୟରେ କିଛି ଘର ମଧ୍ୟ ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ପୁଲୱାମାର ରାଜପୋରାର ଆୟାନାଗୁଣ୍ଡ ଅଞ୍ଚଳରେ IED କୁ ଏକ କାରରେ ରଖାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କାରରେ ଜଣେ ଆତଙ୍କବାଦୀ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେନା ର ଘେରା ବନ୍ଦୀ ଓ ଗୁଳି ଚଳାଇବା ଦେଖି ସେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା ।
ଚାରି-ପାଞ୍ଚ ଦିନ ପୂର୍ବରୁ IED ବହନ କରୁଥିବା ଗାଡିର ଗତିବିଧି ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଏହା ପରେ 44 ଆରଆର, ପୋଲିସ ଏବଂ CRPF ମିଳିତ ଅପରେସନ କରି ସାଣ୍ଟ୍ରୋ କାରରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ। ଏହା ପରେ ତୁରନ୍ତ ବୋମା ନିଷ୍କାସନ ସ୍କ୍ବାର୍ଡ କୁ ଡକାଯାଇ ଏହାକୁ ନିଷ୍କ୍ରିୟ କରାଯାଇଥିଲା ।
ଆଇଜି ବିଜୟ କୁମାର କହିଛନ୍ତି ଯେ ଆତଙ୍କବାଦୀମାନେ ଏକ ବଡ଼ ଘଟଣା ଘଟାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ପୁଲୱାମା ପୋଲିସ, ସିଆରପିଏଫ ଏବଂ ସେନା ଇନପୁଟ ଆଧାରରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କବାଦୀଙ୍କ ଏଭଳି ଏକ ବଡ ଧରଣର ବିସ୍ପୋରଣ କୁ ନିରାପଦ ଭାବରେ ନିଷ୍କ୍ରିୟ କରିବାରେ ସଫଳ ହେଉଚୁ ବୋଲି କହିଥିଲେ ।