ପଶ୍ଚିମବଙ୍ଗରେ ଆମ୍ଫାନ୍ ସାଇକ୍ଲୋନ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ର ହିସାବ ରଖିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏହି ଝଡ ଯୋଗୁଁ 80 ଜଣଙ୍କର ମୃତ୍ୟୁ ହୋଇଛି। ଜୀବନ ହରାଇଥିବା ସମସ୍ତ ପରିବାର ପ୍ରତି ଆମର ସମବେଦନା ଏବଂ ଏହି ସଙ୍କଟରେ ଆମେ ସେମାନଙ୍କ ସହ ଅଛୁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏହି ସଙ୍କଟରୁ ଶୀଘ୍ର ମୁକ୍ତି ପାଇବା ପାଇଁ ରାଜ୍ୟ ସରକାରଙ୍କୁ ତୁରନ୍ତ ଭାରତ ସରକାର ଏକ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଏଥିସହ ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ୍ଫାନ୍ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି। କିନ୍ତୁ ଏହା ସତ୍ୱେ ପ୍ରାୟ 80 ଜଣ ଲୋକଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ଏଥିପାଇଁ ଆମେ ସମସ୍ତେ ଦୁଃଖିତ ଏବଂ ଜୀବନ ହରାଇଥିବା ପରିବାର ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏମ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ଅନ୍ୟାନ୍ୟ ରାଜ୍ୟ ଅଧିକାରୀଙ୍କ ସହ ସୁପର ସାଇକ୍ଲୋନ୍ ଆମ୍ଫାନ୍ ଉପରେ ବସିରହାଟରେ ଏକ ସମୀକ୍ଷା ବୈଠକ କରିଥିଲେ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ପରେ ସେ ଓଡ଼ିଶା ଯିବେ ଏବଂ ସେଠାରେ ମଧ୍ୟ ସର୍ଭେ କରିବେ ।