ରୋଡ୍ ମଝିରେ ଚିତାବାଘ ଟି ମଣିଷ ଉପରେ କେମିତି ଆକ୍ରମଣ କରୁଛି ଦେଖନ୍ତୁ ସିସିଟିଭିରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ

CCTV footage of Hyderabad Leopard

ଶନିବାର ଦିନ ହାଇଦ୍ରାବାଦ ଉପକଣ୍ଠରେ ଥିବା କେଟେଦାନ ନିକଟରେ ଏକ ଟ୍ରକ୍ କ୍ଲିନର୍ ଉପରେ ଚିତାବାଘର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ଚିତାବାଘଟି ରାସ୍ତା ମଝିରେ ବିଶ୍ରାମ ନେଉଥିବାର ଦୁଇ ଦିନ ପରେ ଏକ ଲୋରୀ କ୍ଲିନର୍ ଉପରେ ଆକ୍ରମଣର ସିସିଟିଭି ଭିଜୁଆଲ୍ ଦେଖିବାକୁ ମିଳିଛି । ସେହିଭଳି ଭିଡିଓ କ୍ଲିପ୍‌ରେ କୁକୁରମାନଙ୍କକୁ ମଧ୍ୟ କହିଭଳି ସାମ୍ନା କରୁଛି ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ଗୁରୁବାର ସକାଳେ କେଟେଦାନ ଅଣ୍ଡରପାସ୍ ନିକଟରେ ଏହି ଘଟଣା ଘଟିଛି। ଯାତ୍ରୀମାନେ ରାସ୍ତା ର ମଧ୍ୟଭାଗ ରେ ଏହି ଚିତା ବାଘଟି ବିଶ୍ରାମ କରିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକମାନେ । ହେଲେ ବର୍ତମାନ ଟ୍ରକର ଡ୍ରାଇଭର ଏବଂ କ୍ଲିନର୍ ମଧ୍ୟ ପଶୁକୁ ଦେଖୁଥିଲେ। ଡ୍ରାଇଭର କ୍ୟାବିନ ଉପରକୁ ଚଢ଼ିଯିବାରେ ସଫଳ ହୋଇଥିବାବେଳେ କ୍ଲିନର୍ ସୁରକ୍ଷା ପାଇଁ ଚେଷ୍ଟା କରିଥିଲା ​​ଏବଂ ପରେ ନିଜକୁ ବଞ୍ଚାଇବା ପାଇଁ କ୍ୟାବିନ ଉପରକୁ ଉଠିବା ପାଇଁ ଟ୍ରକ୍ ଆଡକୁ ଦୌଡିଥିଲା।

ରୋଡ୍ ଡିଭାଇଡର୍ ଉପରେ ଡେଇଁପଡିଥିବା ଚିତାବାଘ ତାଙ୍କ ଉପରକୁ ଡେଇଁ ତାଙ୍କ ପାଦକୁ ଧରି ଟାଣିବାକୁ ଚେଷ୍ଟା କଲା। କିନ୍ତୁ କ୍ଲିନର୍ ଜଣକ ଭାଗ୍ୟଶାଲୀ ଥିଲେ ଯେ ସେ ନିଜକୁ ଉଠାଇବାରେ ସଫଳ ହୋଇଥିଲେ ଏବଂ ଗୋଡରେ ସାମାନ୍ୟ ଆଘାତ ଦେଇ ପଳାଇ ଯାଇଥିଲା ଚିତା ବାଘଟି ।

Leave a Reply