ମା’ଙ୍କ ମୁହଁ ରୁ ଏହି ସଂଘର୍ଷ ଭରା କଥା ଶୁଣି ଏକ ଟିଭି ସୋ’ରେ କାନ୍ଦି ପକାଇଥିଲେ ରଣବୀର ସିଂ, ଦେଖନ୍ତୁ ଭାଇରାଲ ଭିଡିଓ

Ranveer Singh

ବଲିଉଡ ଅଭିନେତା ରଣବୀର ସିଂ ଇଣ୍ଡଷ୍ଟ୍ରିରେ ହିଟ୍ ଫିଲ୍ମ ପାଇଁ ଜଣାଶୁଣା,ସେ ତାଙ୍କ କ୍ୟାରିୟରରେ ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି ,ରଣବୀର ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ | ଅନେକ ଥର ପ୍ରତ୍ୟାଖ୍ୟାନର ସମ୍ମୁଖୀନ ମଧ୍ୟ ହୋଇଥିଲେ ମଧ୍ୟ ରଣଭୀର ହାର ମାନିନଥିଲେ ଏବଂ କଠିନ ପରିଶ୍ରମ ଜାରି ରଖିଥିଲେ, ଫଳସ୍ୱରୂପ, ସେ ଆଜି ଜଣେ ବଲିଉଡ ସୁପରଷ୍ଟାର । ନିକଟରେ ରଣଭୀର ସିଂ ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ତାଙ୍କର ଏକ ସାକ୍ଷାତକାର ସମୟରେ ଯାହା ଶୁଣି କାନ୍ଦିବା ଆରମ୍ଭ କରଦେଇଥିଲେ, ରଣଭୀରଙ୍କ ଏହି ଭାବପ୍ରବଣ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଏହି ଭିଡିଓ ହେଉଛି ସେହି ସମୟରେ ଯେତେବେଳେ ରଣବୀର ସିଂ ଇଣ୍ଡଷ୍ଟ୍ରିରେ ନିଜର ନୂତନ ପରିଚୟ ସୃଷ୍ଟି କରିଥିଲେ ଏବଂ ସେ ଚାରିଆଡେ ପ୍ରଶଂସକଙ୍କ ସମର୍ଥନ ପାଇଥିଲେ | ସେତେବେଳେ ସେ ଅଭିନେତ୍ରୀ ସିମି ଗ୍ରୁୱାଲଙ୍କ ପ୍ରସିଦ୍ଧ ଟକ୍ ସୋ’ରେ ଅତିଥି ଭାବରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ରଣବୀର ସିଂଙ୍କୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହ ଜଡିତ ଅନେକ ପ୍ରଶ୍ନ ପଚରାଯାଇଥିଲା,ଏହି ଶୋ’ରେ ରଣଭୀରଙ୍କୁ ଆଶ୍ଚର୍ଯ୍ୟକରି ତାଙ୍କ ମା’ଙ୍କ ଏକ ଭିଡିଓ ମଧ୍ୟ ଦେଖା ଯାଇଥିଲା। ଏହି ଭିଡିଓରେ ରଣଭୀରଙ୍କ ମା ତାଙ୍କ ପୁଅର ସଂଘର୍ଷର ଦିନ ବିଷୟରେ କହିଥିଲେ ।

https://www.instagram.com/p/BwxJ_9Hg5C3/?utm_source=ig_web_copy_link

ରଣଭୀର ସିଂଙ୍କ ମା କହିଛନ୍ତି, ‘ରଣଭୀର ଏକ ସମୟରେ ଘରକୁ ଆସୁଥିଲେ, କେବଳ କହୁଥିଲେ ଆଜି ମା ବହୁତ ଖରାପ ଦିନ, ଯଦିଓ ଜଣେ ମା ଭାବରେ ମୁଁ ଦେଖିପାରୁଥିଲି ଯେ ସେ ବହୁତ ବିବ୍ରତ ଥିଲେ। ଆମ ସମସ୍ତେ ସେ ସମୟରେ ଦୁଖୀ ହେବା ଉଚିତ୍ ନୁହେଁ, ତେଣୁ ସେ ସେତେବେଳେ ଆମକୁ କିଛି କହିବାକୁ ସୁଯୋଗ ହିଁ ମିଳୁନଥିଲା କିନ୍ତୁ ବର୍ତ୍ତମାନ ସେ ସଫଳ ହୋଇପାରିଛନ୍ତି, ତା’ପରେ ସେ ଆମକୁ ତାଙ୍କର ପୁରୁଣା ଦିନର କାହାଣୀ, ବିଷୟରେ କହିଥିଲେ, ସେ ଆମକୁ ସମସ୍ତ ଯନ୍ତ୍ରଣାରୁ ରକ୍ଷା କଲେ ବୋଲି ମଧ୍ୟ କହିଥିଲେ, ସାକ୍ଷାତକାର ସମୟରେ ରଣଭୀର ସିଂ ତାଙ୍କ ମାଙ୍କ ଏହି ସଂଘର୍ଷ ଭରା କଥା ଶୁଣିବା ପରେ ନିଜକୁ ଅଟକାଇ ପାରିନଥିଲେ ଏବଂ ସେ କାନ୍ଦିବାକୁ ଲାଗିଲେ।

Leave a Reply